ମସ୍କୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି ମସ୍କୋ ଆସିଲେ ତାଙ୍କ ସହିତ ସେ ଶାନ୍ତି କଥାବାର୍ତ୍ତା କରିବେ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର କହିଛନ୍ତି। ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କ ସହିତ ପ୍ରତ୍ୟକ୍ଷ କଥାବାର୍ତ୍ତା କରିବା ଲାଗି ଜେଲେନସ୍କି ଚାପ ପକାଇ ଆସୁଥିବାବେଳେ ରୁଷ୍ ରାଷ୍ଟ୍ରପତି ଏପରି କହିଛନ୍ତି। ରୁଷ୍ ଓ ୟୁକ୍ରେନ ମଧ୍ୟରେ ସାଢେ ତିନିବର୍ଷ ହେଲା ଯୁଦ୍ଧ ଲାଗି ରହିଛି। ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ମଧ୍ୟସ୍ଥତା ଚଳାଇଛନ୍ତି। ଯୁଦ୍ଧ ବନ୍ଦ ଲାଗି ରୁଷ୍ ପକ୍ଷରୁ ସର୍ତ୍ତ ଧାର୍ଯ୍ୟ କରାଯାଇଥିବାବେଳେ ଏଥିଲାଗି ଜେଲେନସ୍କି ପୁଟିନଙ୍କ ସହିତ ପ୍ରତ୍ୟକ୍ଷ କଥାବାର୍ତ୍ତା କରିବାକୁ ଚାହଁୁଛନ୍ତି।
Popular Categories



