ଏଆଇ ମଣିଷଙ୍କ ସ୍ଥାନ ନେବନି, ହେଲେ କାମ କମ କରିଦେବ – ବିଲ୍ଗେଟସ୍
ନ୍ୟୁୟର୍କ- ମଣିଷଙ୍କ ସ୍ଥାନ ନେଇପାରିବନି ହେଲେ କାମ୍ କମ କରିଦେବ । ସପ୍ତାହକର କାମ ତିନି ଦିନ ମଧ୍ୟରେ ହୋଇଯିବ । ଏଆଇକୁ ନେଇ ଏପରି କିଛି କହିଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ । ଏଆଇ ବା କୃତ୍ରିମ ବୁଦ୍ଧିମତା ଯୋଗୁଁ ଏବେ ଅନେକ ଅସମ୍ଭବ ମନେ ହେଉଥିବା କାମକୁ ସହଜରେ କରାଯାଇ ପାରୁଛି । ଗବେଷଣା ଠାରୁ ସୃଜନତା ସବୁଥିରେ ଏଆଇର ପ୍ରଭାବ ଦେଖିବା ପାଇଁ ମିଳିଛି । ଖବର ଲେଖିବାଠାରୁ ପ୍ରବନ୍ଧ ଲେଖିବା, ହିସାବ କରିବା ଅନେକ ଲୋକଙ୍କ କାମକୁ ସହଜରେ ଏଆଇ ଦ୍ୱାରା କରାଯାଇ ପାରୁଛି । ଅନେକ ଲୋକ ଏହର ଭଲ ସହ ଖରାପ ପ୍ରୟୋଗ ମଧ୍ୟ କରୁଛନ୍ତି । ଏଆଇ ଯୋଗୁଁ ଲୋକଙ୍କ ଜୀବିକା ଯାଇପାରେ ବୋଲି ଆଶଙ୍କା କରୁଛନ୍ତି । ମାତ୍ର ଏହା କାହାର ଚାକିରି ନେବ ନାହିଁ ଏହାକୁ ଶିଖିଥିବା ଲୋକ ଅନେକ ଲୋକଙ୍କ କାମକୁ ସହଜରେ କରିପାରିବେ ।
ଭବିଷ୍ୟତରେ ଯନ୍ତ୍ର ବା ମେସିନ୍ ମଣିଷଙ୍କ ପାଇଁ ଅଧିକ କାମ କରିବ । କାମ ଭାରକୁ ହାଲକା କରିବ ବୋଲି ବିଲ୍ ଗେଟସ୍ ମତ ଦେଇଛନ୍ତି । ମାତ୍ର ଏହାକୁ ଅତି ସାବଧାନତା ର ସହ ଏବଂ ନୈତିକତାର ସହ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି ।
ଔଦଗିକ ବିକାଳଶ ପରି କୃତ୍ରିମ ବୁଦ୍ଧିମତାର ବିକାଶ ହେବନାହିଁ । ମାତ୍ର କମ୍ପ୍ୟୁଟର ଅଗ୍ରଗତି କରିବା ପରି ଏଆଇ ଅଗ୍ରଗତି କରିବ ବୋଲି ସେ ପ୍ରକାଶ କରିଛନ୍ତି । ଏଥିପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଔଦଗିକ ସହ ଅନେକ କ୍ଷେତ୍ରରେ ବିକାଶ ଘଟିବ ।
Comments are closed.