www.samajalive.in
Monday, December 15, 2025
27.1 C
Bhubaneswar

ଦାବି ପୂରଣ ନହେଲେ ୨୮ରୁ ବ୍ଲକ ଆଗରେ ଧାରଣା ଦେବ ନବ ନିର୍ମାଣ କୃଷକ ସଂଗଠନ

ପାଟଣା : ପାଟଣା ବ୍ଲକ ରେ ଥିବା ଧାନ ମଣ୍ଡି ମାନଙ୍କରେ ଧାନ ବିକ୍ରିରେ ବିଭିନ୍ନ ସମସ୍ୟା ଦେଖା ଦେଉନଥିବାରୁ ଆସନ୍ତା ୨୫ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରା ନ ଗଲେ ୨୮ ତାରିଖରୁ ପାଟଣା ବ୍ଲକ ସାମ୍ନାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି । ସଂଗଠନ ରଖିଥିବା ୭ ଦଫା ଦାବି ମଧ୍ୟରେ ଧାନ ମଣ୍ଡିରେ ମନ ଇଚ୍ଛା କଟ୍‌ନୀ ଛଟ୍‌ନୀ କରାଯାଉଛି, ଅଖା ବସ୍ତା ଅଭାବ ଯୋଗୁଁ ଜରି ବସ୍ତା କୁ ଫେରସ୍ତ କରିଦିଆଯାଇଛି, ଅଖା ବସ୍ତା ପାଇଁ ସରକାର ପଇସା ଦେଉଥିଲେ ମଧ୍ୟ ଚାଷୀଙ୍କ ଉପରେ ଲଦି ଦିଆଯାଉଛି, ସରକାରଙ୍କ ନିୟମ ଅନୁଯାୟୀ ଧାନ ମଣ୍ଡିରେ ପହଞ୍ଚିବା ପରେ ଧାନ ଓଜନ କରୁଥିବା ଲେବର ଖର୍ଚ୍ଚ ଦେବା ବଦଳରେ ଚାଷୀଙ୍କ ଉପରେ ଲଦି ଦିଆଯିବା, ଧାନ ବର୍ଷା ଯୋଗୁଁ ବା ଅନ୍ୟ କୌଣସି କାରଣ ବଶତଃ ନାଲିଆ ଧାନ ବା ଧଳା ଧାନ ହୋଇଯାଇ ଥିବାରୁ ଏହାକୁ ଆଳ ଦେଖାଇ ଧାନ କଟା ଯାଉଥିବା, କିଛି ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରୟ କରି ନପାରି ଦଲାଲ ପାଖରେ ୪୦୦ରୁ୫୦୦ ଶହ ଟଙ୍କା ରେ ସରକାରଙ୍କ ଧାଯ୍ୟ ଦାମ ଠାରୁ କମ ଦାମରେ ବିକ୍ରି କରୁଛନ୍ତି। ତାହାର ସମାଧାନ ପାଇଁ ପଦକ୍ଷେପ ନିଆଯିବା ଓ ସମସ୍ତ ଚାଷୀ ଧାନ ବିକ୍ରି କରିବା ପାଇଁ ଆବେଦନ କରିଥିଲେ ମଧ୍ୟ କମ ପରିମାଣରେ ଟୋକନ ଦିଆଯିବା ଘଟଣାର ସମାଧାନ କରାଯିବା ଦାବିରେ ପାଟଣା ବିଡ଼ିଓଙ୍କୁ ଦାବି ଦିଆଯାଇଛି। ଏହି ଦାବି ପତ୍ରରେ ସଂଗଠନର ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର, ଜିଲ୍ଲା ସହ ସଂପାଦକ ଖଗେଶ୍ୱର ମହାନ୍ତ ପ୍ରମୁଖ ଙ୍କ ଦସ୍ତଖତ ରହିଛି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories