www.samajalive.in
Saturday, December 6, 2025
15.1 C
Bhubaneswar

ରାମମନ୍ଦିର ପ୍ରତିଶ୍ରୁତି ମିଳିଲେ କଂଗ୍ରେସକୁ ସମର୍ଥନ କରିବ ଭିଏଚ୍‍ପି

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଅଯୋଧ୍ୟା ରାମ ମନ୍ଦିରକୁ ନେଇ ବଡ଼ ବିବୃତ୍ତି ପ୍ରଦାନ କରିଛନ୍ତି। ଯଦି କଂଗ୍ରେସ ଆସନ୍ନ ଲୋକସଭା ନିର୍ବାଚନ ଘୋଷଣାପତ୍ରରେ ରାମ ଜନ୍ମଭୂମି ପ୍ରସଙ୍ଗକୁ ସ୍ଥାନ ଦିଏ ତେବେ ବିଶ୍ୱ ହିନ୍ଦୁ ପରିଷଦ କଂଗ୍ରେସକୁ ସମର୍ଥନ ପାଇଁ ଚିନ୍ତା କରିପାରେ। ରାମ ମନ୍ଦିରକୁ ନେଇ ଭିଏଚ୍‍ପିର ମନ୍ତବ୍ୟ ଏଭଳି ସମୟରେ ଆସିଛି ଯେତେବେଳେ ଉକ୍ତ ପ୍ରସଙ୍ଗ ରାଜରାସ୍ତାରୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଚର୍ଚ୍ଚିତ ହୋଇ ରହିଛି।
ଆଲୋକ କୁମାର କହିଛନ୍ତି, ଯେଉଁ ରାଜନୈତିକ ଦଳ ଖୋଲାଖୋଲି ରାମ ମନ୍ଦିର ପ୍ରସଙ୍ଗକୁ ସମର୍ଥନ କରିବ ଭିଏଚ୍‍ପି ପରି ଦଳ ତାକୁ ସମର୍ଥନ କରିବ। ଏଭଳି ପରିସ୍ଥିତି ୨୦୧୯ ନିର୍ବାଚନ ବିଜେପି ପାଇଁ କାଠିକର ପ୍ରମାଣିତ ହେବା ପରିଲକ୍ଷିତ ହେଉଛି। ବିଜେପିର ନିକଟତମ ସହଯୋଗୀ ଦଳ ରାମ ମନ୍ଦିର ପ୍ରସଙ୍ଗରେ ବିଜେପିଠାରୁ ଦୂରତା ବଢାଇବା ଉଚିତ ମଣୁଛନ୍ତି। କାରଣ ବିଜେପି ପାଇଁ ଏକାଧିକ ପ୍ରସଙ୍ଗ ରହିଥିଲେ ମଧ୍ୟ ଭିଏଚ୍‍ପି ଓ ଆରଏସଏସ ପରି ସଂଗଠନ ଆଜି ମଧ୍ୟ ତା’ର ମୂଳ ଆଭିମୁଖ୍ୟ ହିନ୍ଦୁତ୍ୱ ଓ ରାମ ଜନ୍ମଭୂମିରେ ସୀମିତ ରଖିଛି। ଏଭଳି ପରିସ୍ଥିତିରେ ବିଜେପି ପାଇଁ ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରି ରାଜନୈତିକ ବୈତରଣୀ ପାରିହେବା କଠିକର ପ୍ରମାଣିତ ହେବାରେ ଲାଗିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories