www.samajalive.in
Saturday, December 6, 2025
14.1 C
Bhubaneswar

ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ ବିଜେପି ନେତ୍ରୀ

ନୂଆଦିଲ୍ଳୀ: ବହୁଜନ ସମାଜବାଦୀ ପାର୍ଟ(ବିଏସ୍‍ପି) ସୁପ୍ରିମୋ ମାୟାବତୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଉତ୍ତର ପ୍ରଦେଶର ବିଜେପି ନେତ୍ରୀ ସାଧନା ସିଂହ।
ସାଧନା ଏକ ରାଲିରେ ଗତ ଶନିବାର କହିଥିଲେ ଯେ କ୍ଷମତା ପାଇଁ ମାୟାବତୀ ନିଜ ସମ୍ମାନ ହରାଇବାକୁ ପଛଘୁଞ୍ଚ ଦିଅନ୍ତି ନାହିଁ। ଦ୍ରୌପଦୀ ଲାଞ୍ଛିତ ହେବା ପରେ ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କରିଥିଲେ। କିନ୍ତୁ ମାୟାବତୀ ବାରମ୍ବାର ଲାଞ୍ଛିତ ହେବା ପରେ ମଧ୍ୟ କିିଛି ଶିଖୁନାହାନ୍ତି। କ୍ଷମତା ହାସଲ ପାଇଁ ଆତ୍ମମର୍ଯାଦାକୁ ଗୁରୁତ୍ୱ ଦିଅନ୍ତି ନାହିଁ।
ସୂଚନାଯୋଗ୍ୟ, ୧୯୯୫ରେ ଏକ ଗେଷ୍ଟ ହାଉସ୍‍ରେ ସମାଜବାଦୀ ପାର୍ଟିର ସଦସ୍ୟମାନେ ମାୟାବତୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦୁଇଦଳ ପୁଣି ଥରେ ଏକାଠୀ ହୋଇଛନ୍ତି। ବିଜେପି ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ମେଣ୍ଟ ଘୋଷଣା ଅବସରରେ ମାୟାବତୀ କହିଥିଲେ ଯେ ଦେଶର ହିତ ପାଇଁ ସେ ତାଙ୍କର ଅତୀତକୁ ଭୁଲି ଯିବାକୁ ପ୍ରସ୍ତୁତ ଅଛନ୍ତି।
ସାଧନାଙ୍କ ମନ୍ତବ୍ୟରେ ବିଏସ୍‍ପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏସ୍‍ପି ନେତା ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ ଉତ୍ତରପ୍ରଦେଶରେ ଏସ୍‍ପି-ବିଏସ୍‍ପି ମେଣ୍ଟ ପରେ ବିଜେପିକୁ ନିର୍ବାଚନରେ ପରାଜୟ ଭୟ ଘାରିଛି। ସେମାନେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସେମାନଙ୍କ ଶବ୍ଦରୁ ହତୋତ୍ସାହର ପ୍ରତିଫଳନ ଜଣାପଡ଼ୁଛି। ଏସପି ସୁପ୍ରିମୋ ଅଖିଳେଶ ଯାଦବ ଓ କଂଗ୍ରେସ ମଧ୍ୟ ସାଧାନାଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ଏହାପୂର୍ବରୁ ୨୦୧୬ରେ ବିଜେପି ନେତା ଦୟାଶଙ୍କର ସିଂହ ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories