ଗୟା: ବିହାରର ଔରଙ୍ଗାବାଦ, ଗୟା, ନବାଦା ଏବଂ ଜମୁଇ ଲୋକସଭା ଆସନରେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। ତେବେ ମାଓବାଦୀ ଉପଦ୍ରୁତ ଏହି ରାଜ୍ୟରେ ନିର୍ବାଚନକୁ ଭଣ୍ଡୁର କରିବାକୁ ମାଓବାଦୀମାନେ ଯୋଜନା କରିଛନ୍ତି। ଔରଙ୍ଗାବାଦ ଲୋକସଭା ଆସନ ଅନ୍ତର୍ଗତ ଇମାମଗଞ୍ଜର ସଲୈୟା ବୁଥ ନିକଟରୁ ଆଇଇଡି ମିଳିବା ପରେ ସ୍ଥାନୀୟ ଭୋଟରମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗୁରୁବାର ସକାଳେ ମତଦାନ ଆରମ୍ଭ ହୋଇଥସାରିଥିଲା। ସେଠାରେ ମୁତୟନ ପୁଲିସ କର୍ମଚାରୀ ଏବଂ ଯବାନମାନେ ଯାଞ୍ଚ କରିବା ବେଳେ ଆଇଇଡିର ସନ୍ଧାନ ମିଳିଥିଲା। ଯବାନମାନେ ଉକ୍ତ ଆଇଇଡିକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି।
Popular Categories



