ଲକ୍ଷ୍ମୀପୁର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ଭୋଟରମାନେ ମତଦାନ କରିବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି। ତେବେ କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨୨ ନମ୍ବର ବୁଥରେ ମତଦାନ କରିବା ପାଇଁ ଭୋଟରମାନେ ଛିଡା ହୋଇଛନ୍ତି। ଭୋଟରମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଚେତାଶୂନ୍ୟ ହୋଇ ପଡିଥିବାର ଦେଖିବାକୁ ମିଳିଛି। ତାଙ୍କ ନାମ ହେଉଛି କାମିଆ ମିଣିଆକା। ତାଙ୍କୁ ସମ୍ପର୍କୀୟମାନେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଡାକ୍ତରମାନେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବାର ଜଣାପଡିଛି।
Popular Categories



