www.samajalive.in
Saturday, December 6, 2025
14.1 C
Bhubaneswar

ଆଇଇଡି ବିସ୍ଫୋରଣରେ ଯାତ୍ରୀବାହୀ ଯାନ ଧ୍ବସ୍ତବିଧ୍ବସ୍ତ

ବିଜାପୁର: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବିଜାପୁର ଜିଲାରେ ମଙ୍ଗଳବାର ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏହାର ଶିକାର ହୋଇଛି ଏକ ଯାତ୍ରୀବାହୀ ଯାନ। ବିସ୍ଫୋରଣରେ ଯାନଟି ଛିନ୍ନଛତ୍ର ହୋଇଯାଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ବିଜାପୁର ଜିଲା ରାଜପେଣ୍ଟା ଗାଁ ନିକଟରେ ଏହି ବିସ୍ଫୋରଣ ଘଟିଛି।

ବିସ୍ଫୋରଣ ସମୟରେ ଟାଟା ସୁମୋ ନାମକ ଉକ୍ତ ଯାନରେ ଗାଡ଼ି ମାଲିକ ମହମ୍ମଦ ଇକବାଲ୍‌ ଅନସାରୀ ଏବଂ ମୋଟର ମେକାନିକ୍‌ ବଳରାମ ପ୍ରଧାନ ଥିଲେ। ଉଭୟେ ଏଥିରେ ଆହତ ହୋଇଛନ୍ତି। ଅନ୍‌ସାରୀଙ୍କର ଏକ ଟ୍ରକ ତରେମ୍‌ ଗାଁ ପାଖରେ ଖରାପ ହୋଇଯାଇଥିଲା। ତାହାର ମରାମତି କରିବା ଲାଗି ସେ ବଳରାମଙ୍କୁ ସାଥୀରେ ନେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

- Advertisement -

ମାଓବାଦୀମାନେ ପୁଲିସ ଯାନକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଯାତ୍ରୀବାହୀ ଯାନଟି ଏହାର ଶିକାର ହୋଇଥିବା କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories