www.samajalive.in
Friday, December 5, 2025
20.1 C
Bhubaneswar

କେସର ଆଇସକ୍ରିମ

ଆବଶ୍ୟକ ସାମଗ୍ରୀ
କଟା ବାଦାମ – ୨କପ
କଷ୍ଟଡ଼ ମିଲ୍କ – ୨କପ
କ୍ଷୀର – ଅଧା କପ
କ୍ରିମ – ୮ ଚାମଚ
କେସର – ୧ଚାମଚ
ଗୋଟା ବାଦାମ – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ –
ଏକ ବଡ଼ ପାତ୍ରରେ ବାଦାମ, କ୍ରିମ, କଷ୍ଟଡ଼ ମିଲ୍କକୁ ଗୋଳାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେହି ପାତ୍ରରେ କ୍ଷୀର,କେସର ପକାଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ କ୍ଷୀର ଫୁଟି ଗଲେ କେସର କାରଣରୁ କ୍ଷୀରର ରଙ୍ଗରେ ପରିବର୍ତ୍ତନ ହେବ। ଏବେ ଏହି କ୍ଷୀରକୁ ଗ୍ୟାସରୁ କାଢି ଥଣ୍ଡା କରି ଦିଅନ୍ତୁ। ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ଏହି ଥଣ୍ଡା କରିଥିବା କ୍ଷୀରକୁ ପକାନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ବାଦାମକୁ ଭାଜି ଦିଅନ୍ତୁ ଓ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହି କଟା ବାଦାମକୁ ମିଶ୍ରଣରେ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଫ୍ରିଜରେ ୪ ଘଣ୍ଟା ରଖି ଦିଅନ୍ତୁ। ୪ ଘଣ୍ଟା ପରେ ଏହାକୁ କାଚ ପାତ୍ରରେ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଆଇସକ୍ରିମ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories