www.samajalive.in
Friday, December 5, 2025
20.1 C
Bhubaneswar

ଭାରତରେ ଟିକ୍‌ଟକ୍‌ ନିଷେଧ ହେବା ପରେ ଚୀନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଏହି ଖବର

ବେଜିଂ: କେନ୍ଦ୍ର ସରକାର ଟିକ୍‌ଟିକ୍‌, ୱିଚାଟ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍ଲିକେଶନକୁ ଭାରତରେ ନିଷେଧ କରିଛନ୍ତି। ଏହି ଆପ୍‌ଗୁଡ଼ିକ ତଥ୍ୟ ଚୋରି କରୁଥିବା ଅଭିଯୋଗ ଆସିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭାରତ ସରକାରଙ୍କ ଏହି ଖବର ଏବେ ଚୀନର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

ଚୀନରେ ଟ୍ବିଟର ଭଳି ବ୍ୟବହାର ହେଉଥିବା ସୋସିଆଲ ମିଡିଆ ଆପ୍‌ ‘ୱେବୋ’ରେ ଲକ୍ଷ ଲକ୍ଷ ବ୍ୟବହାରକାରୀ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ଚର୍ଚ୍ଚା କରୁଛନ୍ତି। ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ଚୀନରେ ‘ଭାରତରେ ଟିକ୍‌ଟକ୍‌ ସମେତ ୫୯ ଚାଇନିଜ ଆପ୍‌ ନିଷେଧ’ ସମ୍ପର୍କିତ ରିପୋର୍ଟକୁ ୬୩ ନିୟୁତ ଅର୍ଥାତ ୬ କୋଟି ୩୦ ଲକ୍ଷ ବ୍ୟବହାରକାରୀ ଦେଖିସାରିଛନ୍ତି। ୱେବୋ ପ୍ଲାଟଫର୍ମରେ ଏ ନେଇ ୪ ହଜାରରୁ ଅଧିକ କମେଣ୍ଟ ରହିଛି।

- Advertisement -

ଅଧିକାଂଶ ଚୀନ ନାଗରିକ ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମୁଁ ଭାରତୀୟ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ଚାହୁଁଛି, କିନ୍ତୁ ଆମ ଦେଶରେ କୌଣସି ଭାରତୀୟ ସାମଗ୍ରୀ ନାହିଁ। ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ଆବେ ଭାରତୀୟ ସାମଗ୍ରୀ ବର୍ଜନ କରିବାକୁ ଚାହୁଁଛୁ, କିନ୍ତୁ ଆମ ଘରେ ସେଭଳି କିଛି ଭାରତୀୟ ସାମଗ୍ରୀ ଖୋଜି ପାଉନୁ। ଅନ୍ୟ ଜଣେ ବ୍ୟବହାରକାରୀ କମେଣ୍ଟ କରିଛନ୍ତି ଯେ, ମୁଁ ମଧ୍ୟ ଭାରତୀୟ ସାମଗ୍ରୀ ବର୍ଜନ କରିବାକୁ ଚାହୁଁଛି। ମୁଁ ମୋ ଘର ସାରା ଖୋଜି ସାରିଲିଣି। କିନ୍ତୁ କୌଣସି ସାମଗ୍ରୀ ଭାରତର ନୁହେଁ। ଆଉ ଜଣେ ଲେଖିଛନ୍ତି, ଭାରତ ସରକାର ଟିକ୍‌ଟକ୍‌ ବ୍ୟାନ୍‌ କରିବା ପରେ ଭାରତୀୟ ଯୁବପିଢ଼ି ଭିପିଏନ ଜରିଆରେ ଟିକ୍‌ଟିକ୍‌ ବ୍ୟବହାର କରୁଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories