www.samajalive.in
Sunday, December 7, 2025
16.1 C
Bhubaneswar

ସୁନ୍ଦର ମୁହଁ ପାଇଁ ବରଫର ବ୍ୟବହାର …

ଖରାଦିନେ ବରଫ ଆମ ଜୀବନ ବଞ୍ଚାଇଥାଏ। ଖରାରୁ ଆସିଲା ପରେ ଜୁସ ସହିତ ସମସ୍ତେ ବରଫକୁ ଖୋଜିଥାଆନ୍ତି। ଏହା ଆମ ଶରୀର ପାଇଁ ଖରାପ ବୋଲି ଜାଣି ମଧ୍ୟ ସମସ୍ତେ ଏପରି କରିଥାନ୍ତି।ହୁ ଏତ ବରଫଖଣ୍ଡ ଆମ ଶରୀର ପାଇଁ ଖରାପ ପ୍ରଭାବ ପକାଏ କିନ୍ତୁ ବରଫଖଣ୍ଡ ଆମ ମୁହଁର ଚର୍ମ ଉପରେ ଚମତ୍କାର ପ୍ରଭାବ ପକାଇଥାଏ। ଏହା କେବଳ ଖରାଦିନେ ମୁହଁକୁ ସତେଜ ରଖିନଥାଏ,ଏହାବ୍ୟତୀତ ବିଭିନ୍ନ ମୁହଁ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ବରଫକୁ ମୁହଁରେ ଘଷିବା ଦ୍ଵାରା ରକ୍ତସଞ୍ଚାଳନ ଠିକ ଭାବରେ ହୋଇଥାଏ ଓ ଆମ ଚର୍ମକୁ ସୁସ୍ଥ ରଖିଥାଏ। ଏହାଦ୍ୱାରା ମଧ୍ୟ ମୁହଁର କୁଞ୍ଚନ କମ୍‌ ହୋଇଥାଏ ଓ ଆପଣ ସମୟ ଆଗରୁ ବୟସ୍କ ଦେଖାଯାଇନଥାନ୍ତି।

- Advertisement -

ଯଦି ଆପଣ କୌଣସି ଜାଗାକୁ ଯିବା ସମୟରେ ଶୀଘ୍ର ମେକଅପ କରିପାରନ୍ତି ନାହିଁ ତେବେ ବରଫ ଆପଣଙ୍କୁ ଏକ ସୁନ୍ଦର ଲୁକ ଦେଇପାରିବ। ଦୁଇରୁ ତିନିଖଣ୍ଡ ବରଫ ଆଣି ମୁହଁରେ ଘଷନ୍ତୁ। ଏହାଦ୍ୱାରା ଆପଣ ଏକ ଆକର୍ଷଣୀୟ ଚେହେରା ପାଇବେ।

ଏହା ବ୍ୟତୀତ ପ୍ରତିଦିନ ମୁହଁରେ ବରଫଖଣ୍ଡ ଘଷିବା ଦ୍ଵାରା ମୁହଁରୁ ତେଲିଆ ଅଂଶ ମଧ୍ୟ ଦୂର ହୋଇଥାଏ। ଏକ ପତଳା କପଡା ନେଇ ସେଥିରେ ଦୁଇଟି ବରଫଖଣ୍ଡ ରଖି ମୁହଁରେ ଧୀରେ ଧୀରେ ଘଷନ୍ତୁ। ଏହା ମୁହଁରେ ତେଲ ବାହାରିବାକୁ ଦେଇନଥାଏ।

ଖରାରେ ଅଧିକ ସମୟ ବାହାରେ ରହିବା ଦ୍ଵାରା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ପ୍ରଭାବରେ ଆପଣଙ୍କର ମୁହଁ ପୋଡିଲା ପରି ଲାଗେ। ଏହି ପୋଡାଅଂଶ(ସନବର୍ଣ୍ଣ)କୁ ଦୂର କରିବା ପାଇଁ କପଡାରେ ବରଫ ଖଣ୍ଡ ନେଇ ଧୀରେ ଧୀରେ ମୁହଁରେ ଘଷନ୍ତୁ ଶୀଘ୍ର ଉପଶମ ମିଳିବ।

ମୁହଁରେ ହେଉଥିବା ବ୍ରଣ କମେଇବାରେ ମଧ୍ୟ ବରଫ ଖଣ୍ଡ ଔଷଧ ପରି କାମ କରିଥାଏ। ବ୍ରଣ ଉଠିଥିବା ଜାଗାରେ କିମ୍ବା ବ୍ଲାକହେଡ୍ସ ହୋଇଥିବା ଜାଗାରେ ବରଫକୁ ଘଷନ୍ତୁ। ଏହିପରି ପ୍ରତିଦିନ କରିବା ଦ୍ଵାରା ବ୍ରଣ ଦୂର ହୋଇଯିବ। କିନ୍ତୁ ଅଧିକ ମାତ୍ରାରେ ଏହା ମୁହଁରେ ଘଷନ୍ତୁ ନାହିଁ।

ଖାଲି ବରଫଖଣ୍ଡକୁ ମୁହଁରେ ଘଷିବା ଅପେକ୍ଷା କିଛି ଫଳକୁ ମଧ୍ୟ ଆପଣ ଜୁସ କରି, ଆଇସ ଟ୍ରେରେ ରଖି ବରଫ ହୋଇଗଲା ପରେ ମୁହଁରେ ଘଷନ୍ତୁ। ଏହା ଆପଣଙ୍କ ମୁହଁ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।

ଦିନ ସାରା ଲାପଟପ କିମ୍ବା କମ୍ପ୍ୟୁଟର ଆଗରେ କାମ କରିବା ପରେ ସାଧାରଣତଃ ଆଖି ତଳେ କାଳଦାଗ ହୋଇଯାଇଥାଏ। ଏହି କଳଦାଗକୁ ଦୂର କରିବା ପାଇଁ ଆପଣ ବରଫଖଣ୍ଡ ବ୍ୟବହାର କରିପାରିବେ କିମ୍ବା କିଛି କାକୁଡିରୁ ଜୁସ ବାହାର କରି ଏହାକୁ ଆଇସ ଟ୍ରେରେ ରଖି ବରଫ ଖଣ୍ଡ କରି ମୁହଁରେ ଘଷନ୍ତୁ। କଳଦାଗ ଦୂର ହୋଇଯିବ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories