ଆବଶ୍ୟକ ସାମଗ୍ରୀ
କାକୁଡ଼ି – ୪ଟି
ପନିର – ଆବଶ୍ୟକ ପରିମାଣରେ
ଟମାଟୋ -୨ଟି
ତୁଳସୀ ପତ୍ର – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଦହି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡ଼ିକୁ ଲମ୍ବା ଆକୃତିର କାଟି ଦିଅନ୍ତୁ। ଏକ ଚାମଚରେ ଏହାର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନିର, ଟମାଟୋ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ସ୍ୱାଦନୁଯାୟୀ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ରଖିଥିବା କାକୁଡ଼ି ଭିତରେ ଭରନ୍ତୁ। କାକୁଡ଼ି ଭିତରେ ଭରିବା ପରେ ଏହାଉପରେ ଦହି, ତୁଳସୀ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଷ୍ଟଫଡ଼ କୁକୁମ୍ବର।
ଷ୍ଟଫଡ଼ କୁକୁମ୍ବର
Popular Categories



