www.samajalive.in
Saturday, December 6, 2025
26.1 C
Bhubaneswar

ନଖର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ କରନ୍ତୁ ଏହି ଉପାୟ

ସୁନ୍ଦର ନଖ ଝିଅମାନଙ୍କ ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସେଥିପାଇଁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ଲମ୍ବା ଓ ସୁନ୍ଦର ଦେଖାଯାଉ। ଆପଣ ଦେଖିଥିବେ ଛୋଟ ନଖ ଅପେକ୍ଷା ଲମ୍ବା ନଖରେ ନେଲପଲିସ୍ ଲଗାଇଲେ ତାହା ଅଧିକ ସୁନ୍ଦର ଦିଶେ। ତେଣୁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ସୁନ୍ଦର ଦିଶୁ। କିନ୍ତୁ ତଥାପି କିଛି ଝିଅଙ୍କର ନଖ ବିଲକୁଲ ବଢ଼େ ନାହିଁ। ଯେଉଁଥି ପାଇଁ ସେମାନେ ଖୁବ୍ ଚିନ୍ତିତ ହୋଇପଡନ୍ତି। ତେବେ ବ୍ୟସ୍ତ ହୁଅନ୍ତୁନି । ଆସନ୍ତୁ ଜାଣିବା ନଖ ବଢ଼ାଇବାର କି କି ଘରୋଇ ଉପାୟ ଅଛି ..

ଅଲିଭ୍ ଅଏଲ୍ : ପ୍ରତିଦିନ ଅଲିଭ୍ ଅଏଲ୍‌କୁ ନଖରେ ମାଲିସ୍ କରନ୍ତୁ । ମାତ୍ର ଅଳ୍ପ କିଛି ଦିନରେ ଆପଣଙ୍କ ନଖ ବଢ଼ିଯିବ।

- Advertisement -

ନେଲ ପଲିସ୍‌ : ପ୍ରତିଦିନ ନଖରେ ନେଲପଲିସ୍ ଲଗାଇବା ଉଚିତ୍। ଏପରି କଲେ ନଖ ମଜବୁତ୍‌ ହୋଇଥାଏ। ଯଦି ଆପଣ ନେଲ ପଲିସ୍ ନ ଲଗାଇବେ ତେବେ ଆପଣଙ୍କ ନଖ ପତଳା ହୋଇଯିବ ଓ ବାରମ୍ବାର ଭାଙ୍ଗିଯିବ।

ନଡ଼ିଆ ତେଲ : ନଡ଼ିଆ ତେଲ ନଖ ପାଇଁ ବହୁତ ଭଲ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନଖରେ ନଡ଼ିଆ ତେଲ ମାଲିସ୍ କରନ୍ତୁ। ଅଳ୍ପ ଦିନ ଭିତରେ ଆପଣ ଫରକ ଜାଣିପାରିବେ।

କମଳା ରସ : ଯଦି ଆପଣ ପ୍ରତିଦିନ ନଖରେ କମଳା ରସ ଲଗାଇବେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କ ନଖ ବଢ଼ିବା ସହ ନଖର ଚମକ ମଧ୍ୟ ବଢ଼ିବ।

ଭେସଲିନ୍ : ପ୍ରତି ଦିନ ନଖରେ ଭ୍ୟାସ୍‌ଲିନ୍ ମାଲିସ କଲେ ନଖ ବଡ଼ିବା ସହ ମଜବୁତ ହେବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories