www.samajalive.in
Sunday, December 14, 2025
23.1 C
Bhubaneswar

ଚମତ୍କାରିତା ପାକିସ୍ତାନର ଏକମାତ୍ର ବିକଳ୍ପ

କଲକାତା/ପୁଣେ  : ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଶନିବାର ଦୁଇଟି ଲିଗ୍‌ ମ୍ୟାଚ ଖେଳାଯିବ। ପୁଣେରେ ଅଷ୍ଟ୍ରେଲିଆ-ବାଂଲାଦେଶକୁ ଓ କଲକାତାର ଇଡେନଗାର୍ଡେନରେ ପାକିସ୍ତାନ-ଇଂଲଣ୍ଡକୁ ଭେଟିବ। ଉକ୍ତ ଦୁଇ ମ୍ୟାଚ ମଧ୍ୟରୁ ପାକିସ୍ତାନ ଓ ଇଂଲଣ୍ଡ ମ୍ୟାଚ ଉପରେ କ୍ରିକେଟ ଦୁନିଆର ନଜର ରହିିଛି। ପାକିସ୍ତାନ ପାଇଁ ଉକ୍ତ ମ୍ୟାଚ କେବଳ ଚମତ୍କାରିତା ଛଡ଼ା ଆଉ କିଛି ନାହିଁ। ସେମିଫାଇନାଲରେ ଦଳକୁ ପହଞ୍ଚିବାକୁ ହେଲେ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ କେବଳ ଜିତିବାକୁ ପଡିବ ନାହିଁ ; ନ୍ୟୁଜିଲାଣ୍ଡକୁ ରନ୍‌ରେଟ୍‌ରେ ପଛରେ ପକାଇବାକୁ ପଡ଼ିବ। ପାକିସ୍ତାନ ୮ଟି ମ୍ୟାଚରୁ ୮ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ଦଳର ରନରେଟ୍‌ ୦.୦୩୬ ରହିଛି। ନ୍ୟୁଜିଲାଣ୍ଡ ୯ଟି ମ୍ୟାଚରୁ ୫ଟି ବିଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡର ରନ୍‌ରେଟ୍‌ ୦.୭୪୩ର ରହିଛି। ଏଥିପାଇଁ ଦଳ ନିକଟରେ ରହିଛି ଅସମ୍ଭବ ଲକ୍ଷ୍ୟ। ପାକିସ୍ତାନ ଯଦି ଆଗ ବ୍ୟାଟିଂ କରେ ତେବେ ପ୍ରତିପକ୍ଷ ଦଳକୁ ୨୮୭ରନରେ ପରାସ୍ତ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ପ୍ରତିପକ୍ଷ ଦଳ ଯଦି ଆଗ ବ୍ୟାଟିଂ କରେ ତେବେ ପାକିସ୍ତାନକୁ ଉକ୍ତ ରନ୍‌କୁ ୨୨ଟି ବଲରେ ହାସଲ କରିବାକୁ ପଡିବ। ନହେଲେ ଦଳ ସେମିଫାଇନାଲରୁ ବାଦ୍‌ ପଡିବ। ଏବେ ବାବର ଆଜାମଙ୍କ ନେତୃତ୍ବାଧିନ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ବଡ ଚମତ୍କାରିତା କରିବାକୁ ପଡିବ। ଅନ୍ୟପକ୍ଷରେ ଇଂଲଣ୍ଡ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିଥିଲେ ମଧ୍ୟ ଏବେ ୨୦୨୫ ଚମ୍ପିଆନ୍‌ସ ଟ୍ରଫି ଯୋଗ୍ୟତା ଲକ୍ଷ୍ୟ ରହିଛି। ଦଳ ୮ଟି ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୭ମ ସ୍ଥାନରେ ରହିଛି। ଦଳ ଉକ୍ତ ମ୍ୟାଚକୁ ଜିତି ଶ୍ରେଷ୍ଠ ୮ରେ ରହିବା ସହ ୨୦୨୫ ଚମ୍ପିଆନ୍‌ସ ଟ୍ରଫି ଯୋଗ୍ୟତା ନେଇ ଉଦ୍ୟମ କରିବ।

- Advertisement -

ଅନ୍ୟପକ୍ଷରେ ପୁଣେ​ରେ ଅଷ୍ଟ୍ରେଲିଆ-ବାଂଲାଦେଶ ମ୍ୟାଚ ଖେଳାଯିବ। ଅଷ୍ଟ୍ରେଲିଆ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ଦଳ ସେମିଫାଇନାଲରେ ପହଞ୍ଚିସାରିଥିବାରୁ ଶେଷ ଲିଗ୍‌ ମ୍ୟାଚକୁ ଜିତି ମନୋବଳ ବୃଦ୍ଧି ଲକ୍ଷ୍ୟ ରଖିଛି। ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଥିବାବେଳେ କ୍ରମାଗତ ୬ଟି ମ୍ୟାଚ ଜିତି ସେମିଫାଇନାଲରେ ପହଞ୍ଚିଛି। ଶେଷ ମ୍ୟାଚରେ ଦଳ ଆଫଗାନିସ୍ତାନ ବିପକ୍ଷରେ ଅବିଶ୍ବସନୀୟ ବିଜୟ ହାସଲ କରିଥିଲା। ଗ୍ଲେନ ମ୍ୟାକ୍ସୱେଲଙ୍କ ମ୍ୟାଜିକ ଦଳକୁ ପରାଜୟରୁ ରକ୍ଷା କରିଥିଲା। ବାଂଲାଦେଶ ବିପକ୍ଷରେ ତ୍ରୁଟି ସୁଧାରିବା ନେଇ ଦଳ ଉଦ୍ୟମ କରିବ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ମ୍ୟାକ୍ସୱେଲ ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ସେହିପରି ବାଂଲାଦେଶ ୮ଟି ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୮ମ ସ୍ଥାନରେ ରହିଛି। ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ଶେଷ ୮ ମଧ୍ୟରେ ରହି ୨୦୨୫ ଚମ୍ପିଆନ୍‌ସ ଟ୍ରଫି ଯୋଗ୍ୟତା ହାସଲ ନେଇ ଉଦ୍ୟମ କରିବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories