www.samajalive.in
Wednesday, December 10, 2025
23.1 C
Bhubaneswar

ଆଜି ଆଇଏଏସ୍‌ ଟିନା ଡାବିଙ୍କ ବିବାହ

ନୂଆଦିଲ୍ଲୀ: ଆଜି ବିବାହ କରିବାକୁ ଯାଉଛନ୍ତି ଆଇଏଏସ୍‌ ଟିନା ଡାବି । ରୀତିନୀତି ଅନୁଯାୟୀ  ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ପ୍ରଦୀପ ଗଓ୍ୱାଣ୍ଡେଙ୍କୁ ବିବାହ କରିବେ ଟିନା । ବିବାହ ପାଇଁ ସମସ୍ତ ଆୟୋଜନ ଶେଷ ହୋଇଥିବା ବେଳେ ଜୟପୁରର ଏକ ପାଞ୍ଚତାରକା ହୋଟେଲରେ ବିବାହ ହେବାନେଇ ସୂଚନା ମିଳିଛି ।  ଆସନ୍ତା ୨୨ତାରିଖରେ ବଡ଼ ଧରଣରର ଭୋଜିଭାତ ଆୟୋଜନ ହୋଇଥିବା ନେଇ କୁହାଯାଇଛି । ତେବେ ଟିନାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଟିନା ୨୦୧୮ରେ ଆଇଏଏସ୍‌ ଅତହର ଖାନଙ୍କୁ ବିବାହ କରିଥିଲେ ।

ପରେ ମାତ୍ର ୨ବର୍ଷ ଅର୍ଥାତ୍‌ ୨୦୨୦ରେ ସେମାନେ ନିଜନିଜ ଭିତରେ ବୁଝାମଣା କରି ତଲାକ ନେଇଥିଲେ । ହେଲେ ଆଜି ପୁଣି ଥରେ ଟିନା ଆଇଏଏସ୍‌ ପ୍ରଦୀପଙ୍କୁ ବିବାହ କରୁଛନ୍ତି । ପୂର୍ବରୁ ଆଇଏଏସ୍‌ ପ୍ରଦୀପ ଗଓ୍ୱାଣ୍ଡେଙ୍କୁ ଟିନା ବିବାହ କରିବା ନେଇ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ । ଆଉ କିଛି କ୍ୟାପ୍‌ସନ ମଧ୍ୟ ଲେଖିଥିଲେ । ତେବେ ଆଇଏଏସ୍‌ ପ୍ରଦୀପଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories