www.samajalive.in
Wednesday, December 10, 2025
23.1 C
Bhubaneswar

କାମ ଦେଲାନି କରୋନା ଟିକା ! ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ୩ଥର ପଜିଟିଭ୍‌

ନୂଆଦିଲ୍ଲୀ: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟିକାକରଣ ଏବେବି ଜାରି ରହିଛି । ଆଉ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି ସରକାର । ହେଲେ ଆପଣ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଜଣେ ସ୍ୱାସ୍ଥ୍ୟକର୍ମୀ କରୋନାର ପ୍ରତ୍ୟେକ ଲହରରେ କରୋନା ସଂକ୍ରମଣ ହୋଇଛନ୍ତି । ତାହାସହ କରୋନାରୁ ସୁସ୍ଥ ମଧ୍ୟ ହୋଇଛନ୍ତି । ଯେତେବେଳେ ଏନେଇ ବୈଜ୍ଞାନିକ ମାନେ କିଛି ଜାଣିବାକୁ ପ୍ରୟାସ କଲେ ସେତେବେଳେ​‌ ସେମାନେ ଜାଣିଲେ ସ୍ୱାସ୍ଥ୍ୟକର୍ମୀ ଜଣକ ପ୍ରତ୍ୟେକ ଲହରରେ ସଂକ୍ରମିତ ହୋଇଛନ୍ତି ।  ଅର୍ଥାତ୍‌ ୨୦୨୦ରେ ସ୍ୱାସ୍ଥ୍ୟକର୍ମୀ ଜଣକ ଆଲଫା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ।

ପରେ ୨୦୨୧ରେ ଡେଲଟା ଓ ୨୦୨୨ରେ ଓମିକ୍ରନ ଦ୍ୱାରା ମଧ୍ୟ ଆକ୍ରନ୍ତ ହୋଇଥିଲେ । ଏନେଇ ବୈଜ୍ଞାନିକ ମାନେ ତଥ୍ୟ ପାଇବା ପରେ ଆଇସିଏମଆର ଓ ଏନଆଇଭି ମିଳିତ ଭାବେ ଏହାକୁ ନେଇ ଅଧ୍ୟୟନ କରିଥିଲେ । ପରେ ଜଣାପଡ଼ିଥିଲା ସ୍ୱାସ୍ଥ୍ୟକର୍ମୀ ଜଣକ ବାରମ୍ବାର ସଂକ୍ରମଣ ହେବା ପରେ ବି ଟିକା ନେଇଥିବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିନଥିଲା । ସ୍ୱାସ୍ଥ୍ୟକର୍ମୀ ଜଣକ ଟିକା ନେବା କାରଣରୁ ଘରେ ଚିକିତ୍ସାରେ ରହି ସୁସ୍ଥ ହୋଇଥିଲେ ।

- Advertisement -

ଏହି ଘଟଣାକୁ ନେଇ ଏନଆଇଭିର ବୈଜ୍ଞାନିକ ଡକ୍ଟର ପ୍ରୟାଗ ଯାଦବ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଲକ୍ଷଣ ଆମେ ଜଣେ ୩୮ ବର୍ଷିୟ ବ୍ୟକ୍ତିଙ୍କ ନିକଟରୁ ପାଇଛୁ । ଯାହାଙ୍କ ଠାରେ ବାରମ୍ବାର କରୋନା ସଂକ୍ରମଣ ହୋଇଛି ।  କରୋନାର ଭାରିଆଣ୍ଟ ଆଲଫା, ଡେଲଟା, ଓମିକ୍ରନ୍‌ ଲହରରେ ସେ ଆକ୍ରାନ୍ତ ହୋଇଥିଲେ ।  ତାଙ୍କର ଆଣ୍ଟିବଡି ହ୍ରାସ ଯୋଗୁ ଏହା ଘଟିଥିବା ବେଳେ ଟିକାକରଣ ଯୋଗୁ ଏପରି ସଂକ୍ରମଣ ରୋକାଯାଇପାରିବ ବୋଲି ସେ କହିଛନ୍ତି ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories