ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚରେ ବିଜୟୀ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢିଥିଲେ । ଏବଂ ଏଥିରେ ସେ ୧୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରବିବାର ପ୍ରଥମାର୍ଦ୍ଧରେ ଭୋଟ ଗ୍ରହଣ ପରେ ସନ୍ଧ୍ୟାରେ ଗଣତି ହୋଇ ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ବରିଷ୍ଠ ପ୍ରଶାସକ ପ୍ରଦୀପ ଜେନା ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା । ସେ ଅସିତ୍ ତ୍ରିପାଠୀଙ୍କୁ ପରାସ୍ତ କରି ନର୍ବାଚିତ ହୋଇଛନ୍ତି । ଫଳ ଘୋଷଣା ପରେ କ୍ଲବର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।




