www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ପାକିସ୍ତାନକୁ ହରାଇ ଜିତିଲା ଭାରତ

ଦୁବଇ – ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍‌ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ ବ୍ୟାଟର୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ଭାରତ ବୋଲରମାନ ପାକିସ୍ତାନର ମିଡିଲ୍‌ ଅଡର୍‌କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଓପନର୍‌ ସାହିବଜାଦା ଫରହାନ୍‌ ସର୍ବାଧିକ ୫୮ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍‌ ଏତେ ଭଲ ଖେଳର ପ୍ରଦର୍ଶନ କରିପାରି ନଥିଲେ ।

ଭାରତର ଶିବମ୍‌ ଦୁବେ ୨ଟି ଓ୍ୱିକେଟ୍‌ ନେଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଓ କୁଳଦୀପ ଜାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ । ୨୦ ଓଭର୍‌ରେ ପାକିସ୍ତାନ ୫ ଓ୍ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା ।

- Advertisement -

ଏହାର ଜବାବରେ ଭାରତର ଓପନର୍‌ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଓପନର୍‌ ଅଭିଷେକ୍‌ ଶର୍ମା ସର୍ବାଧିକ ୭୪ ରନ୍‌ କରିଥିଲେ । ଶୁଭମନ୍‌ ଗିଲ୍‌ ୪୭ ରନ୍‌ର ଯୋଗଦାନ କରିଥିଲେ । ଭାରତ ୧୮.୫ ଓଭର୍‌ରେ ୪ ଓ୍ୱିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିଥିଲା। ୬ ଓ୍ୱିକେଟ୍‌ରେ ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories