ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା
-କଲକାତାରୁ 2ଅଭିଯୁକ୍ତଙ୍କୁ ବାନ୍ଧିଲା ଏନ୍ଆ
ବାଂଲାଦେଶୀ, ଭାରତୀୟ ଓ ବିଦେଶୀ ଟଙ୍କା ଜବତ
ଭୁବନେଶ୍ବର,: କଟକ ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ)କୁ ବଡ ସଫଳତା ମିଳିଛି। କଲକାତା ଦକ୍ଷିଣ ଚବିଶ ପ୍ରଗଣାରୁ ୨ଅଭିଯୁକ୍ତ ଅମୀର ଅଲ୍ଲୀ ଶେଖ ଓ ଅମଲ କ୍ରିଷ୍ଣା ମଣ୍ଡଳଙ୍କୁ ଗିରଫ କରଯାଇଛି।ସେମାନଙ୍କ ଠାରୁ ବିପୁଳ ବାଂଲାଦେଶୀ, ଭାରତୀୟ ଓ ବିଦେଶୀ ଟଙ୍କା ଜବତ କରାଯାଇଛି। ଅନ୍ୟନ୍ୟ କାଗଜପତ୍ର ସହ ଓ ଡିଜିଟାଲ ଡିଭାଇଶ ଜବତ ହୋଉଚି। ନିଯୁକ୍ତି ଦେବାକୁ କହି ବାଂଲାଦେଶୀ ନାବାଳିକାଙ୍କୁ ଅନୈତିକ କାରବାର ନିୟୋଜିତ କରୁଥିଲେ। ଏହି ଲିଙ୍କରେ କଲକାତା ବନୋଗାଓଁ ସମେତର 5ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ସୀମା ଡେଇଁ ବେଆଇନ ମାନବ ଚାଲାଣ ରୋକିବାକୁ ଏନ୍ଆଇଏ ଗୁରୁତ୍ୱ ଦେଇଛି।ଏହି ମାମଲାର ତଦନ୍ତ ଜାରି ରହିଥିବା ଏନଆଇଏ କହୁଛି।
- ସୂଚନାଯୋଗ୍ୟ ଯେ, ବାଂଲାଦେଶ ଢାକା ରାଜ୍ୟ ଗାଜିପୁର ଜିଲାର ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ଦେବା ଆଳରେ ଦଲାଲଙ୍କ ସହାୟତାରେ କଲକାତା ଅଣାଯାଇଥିଲା। ସେଠାରୁ ଓଡ଼ିଶା ଅଣାଯାଇ ଭୁବନେଶ୍ବର, କଟକ, ବାରିପଦା ଓ ବ୍ରହ୍ମପୁର ଭଳି ସହରରେ ଅନୈତିକ କାରବାରରେ ଦଲାଲ ଲଗାଇଥିଲେ। ଗତବର୍ଷ ନଭେମ୍ବର ମାସରେ ମଧୁପାଟଣା ଥାନା ପୁଲିସ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତ ରଜନୀକାନ୍ତ ବେହେରା ଓରଫ ଗୋପୀ, ଅବଦୁଲ୍ଲ ସେୟାଦୁଲ୍ଲ ସୁଲେମନ୍, ଓମ୍ପ୍ରକାଶ ଚୌଧୁରୀ ଓ ପତ୍ନୀ ଜସ୍ମିନ ଚୌଧୁରୀ, ସସ୍ମିତା ଦାଶ ଓ ଶିବକୁମାର ଦୋରାଙ୍କୁ ଗିରଫ କରାଯାଇଥିଲା। ଏହି ଲିଙ୍କରେ କଲକାତା ରେ ଚଢ଼ାଉ କରାଯଇଥିଲା



