ପୁଲିସ ହେପଜାତରେ ନକଲି ଆଇଏଏସ ଅଫିସର

0

ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ରାଣୀବନ୍ଧ ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରୁ ଜନୈକ ନକଲି ଆଇଏଏସକୁ ପୁଲିସ ଗିରଫ କରିଛି । ସେ ନିଜକୁ ମାଲକାନଗିରି ଉପଜିଲାପାଳ ଲିଙ୍ଗରାଜ ପଣ୍ଡା ବୋଲି ପରିଦେଇ ଦାମୋଦରପୁର ଗ୍ରାମରେ ଗତ ୨୦ ତାରିଖରେ ବିବାହ କରିଥିବା ବେଳେ ପୁଲିସ ତାକୁ ନୂଆ ଶ୍ୱଶୁର ଘରୁ ସୋମବାର ରାତିରେ ଗିରଫ କରିଛି । ତାର ପ୍ରକୃତ ନାମ ରଜତ ପଣ୍ଡା ଓ ଘର ଭଦ୍ରକ ଜିଲ୍ଲା ତିହିଦିରେ ବୋଲି କହିଥିବା ବେଳେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରିଚୟ ଦେଇଥାଏ।ସେ ୨୦୧୫ରେ ଚିଟଫଣ୍ଡ ଠକେଇ ମାମଲାରେ ଦେଢ଼ ବର୍ଷ ଝାରପଡା ଜେଲରେ ରହିଥିଲା । ମାଲକାନଗିରି ପୁଲିସ ନିକଟରେ ଏକାଧିକ ମାମଲା ରହିଥିବାରୁ ଖବର ପାଇ ପୁଲିସ ତାକୁ ନଜରରେ ରଖିଥିଲା ।

prayash

Leave A Reply