www.samajalive.in
Saturday, December 6, 2025
15.1 C
Bhubaneswar

ମଝି ଆକାଶରେ ବାୟୁସେନା ଯୁଦ୍ଧ ବିମାନରୁ ଖସିପଡ଼ିଲା ଇନ୍ଧନ ଟାଙ୍କି

ଚେନ୍ନାଇ: ଭାରତୀୟ ବାୟୁସେନା(ଆଇଏଏଫ) ଯୁଦ୍ଧ ବିମାନ ଏଲସିଏ ତେଜସର ନିୟମିତ ଅଭ୍ୟାସ ସମୟରେ ମଙ୍ଗଳବାର ମଝି ଆକାଶରେ ଇନ୍ଧନ ଟାଙ୍କି ଖସିପଡ଼ିଥିଲା। କୋଇମ୍ବାଟୁର ନିକଟ ସୁଲୁର ଏୟାରବେସ୍‌ରୁ ଯୁଦ୍ଧ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ମଝି ଆକାଶରେ ଏପରି ଅଘଟଣ ଘଟିଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ। ଇନ୍ଧନ ଟାଙ୍କି ଖସିପଡ଼ିବା ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ, ଗତମାସରେ ମିଗ୍‌-୨୯ ଯୁଦ୍ଧ ବିମାନର ଇନ୍ଧନ ଟାଙ୍କି ଗୋଆର ଦାବୋଲିମ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେରେ ଖସିପଡ଼ିବାରୁ ବିସ୍ଫୋରଣ ଘଟିଥିଲା। ଫଳରେ ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories