କଟକ : ଜାତୀୟ ସିନିୟର ପୁରୁଷ ଫୁଟ୍ବଲ ଲିଗ୍ ‘ଆଇ-ଲିଗ୍’ର ୨୦୧୮-୧୯ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ଭାଗ ନେଉଛନ୍ତି। ପ୍ରତି ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ଘରୋଇ ଓ ବାହାର ମ୍ୟାଚ୍ ଖେଳିବ।
ଚଳିତବର୍ଷ ଆଇ-ଲିଗ୍ ଦଳ ଇଣ୍ଡିଆନ୍ ଆରୋଜ୍ର ପ୍ରାୟୋଜକ ହୋଇଛନ୍ତି ଓଡ଼ିଶା ସରକାର। ଦଳର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ। ଇଣ୍ଡିଆନ୍ ଆରୋଜ୍ ତା’ର ୧୦ଟି ଘରୋଇ ମ୍ୟାଚ୍ ଓଡ଼ିଶାର ୨ଟି ଗ୍ରାଉଣ୍ଡ ଖେଳିବ। ଏହା ପ୍ରଥମ ୩ଟି ଘରୋଇ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍ରେ ଏବଂ ବାକି ୭ଟି ଘରୋଇ ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଖେଳିବ। ଇଣ୍ଡିଆନ୍ ଆରୋଜ୍ ବାରବାଟୀ ଷ୍ଟାଡିୟମ୍ରେ ନଭେମ୍ବର ୫ରେ ଶିଲଂ ଲାଜଙ୍ଗ୍ ଏଫ୍ସି, ନଭେମ୍ବର ୧୦ରେ ମୋହନ ବାଗାନ୍ ଏବଂ ଡିସେମ୍ବର ୧୨ରେ ଆଇଜଲ୍ ଏଫ୍ସି ବିପକ୍ଷରେ ଖେଳିବ। ପରେ ଇଣ୍ଡିଆନ୍ ଆରୋଜ୍ କଳିଙ୍ଗ ଷ୍ଟାଡିୟମ୍ରେ ଡିସେମ୍ବର ୨୧ରେ ଗୋକୁଳମ୍ କେରଳ ଏଫ୍ସି, ଡିସେମ୍ବର ୩୦ରେ ଚର୍ଚ୍ଚିଲ ବ୍ରଦର୍ସ, ଜାନୁୟାରୀ ୯ରେ ଇଷ୍ଟବେଙ୍ଗଲ, ଫେବୃଆରୀ ୧ରେ ନେରୋକା ଏଫ୍ସି, ଫେବୃୟାରୀ ୬ରେ ଚେନ୍ନଇ ସିଟି ଏଫ୍ସି, ଫେବୃୟାରୀ ୧୧ରେ ମିନର୍ଭା ପଞ୍ଜାବ ଏଫ୍ସି ଏବଂ ଫେବୃୟାରୀ ୨୪ରେ ରିଅଲ କାଶ୍ମୀର ଏଫ୍ସି ବିପକ୍ଷରେ ୭ଟି ମ୍ୟାଚ୍ ଖେଳିବ। ଖାଲି ସମୟରେ କଳିଙ୍ଗ ଷ୍ଟାଡିୟମ୍ରେ ହିଁ ଇଣ୍ଡିଆନ୍ ଆରୋଜ୍ ଦଳ ଅଭ୍ୟାସ କରିବ।
ବାରବାଟୀରେ ୩ଟି; କଳିଙ୍ଗ ଷ୍ଟାଡିୟମରେ ୭ଟି ମ୍ୟାଚ୍ ଖେଳିବ ଇଣ୍ଡିଆନ୍ ଆରୋଜ୍
Popular Categories



