www.samajalive.in
Thursday, December 11, 2025
18.1 C
Bhubaneswar

ସୁପ୍ରିମକୋର୍ଟ ଯିବା ନେଇ ବିଦ୍ରୋହୀ ଏଆଇଏଡିଏମକେ ବିଧାୟକଙ୍କ ମଧ୍ୟରେ ଭିନ୍ନମତ

ଚେନ୍ନଇ : ତାମିଲନାଡ଼ୁ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୧୮ବିଧାୟକ ମାଡ୍ରାସ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ବାଚସ୍ପତି ପି. ଧନପାଳଙ୍କ ନିଷ୍ପତ୍ତିକୁ କାଏମ ରଖିବା ପରେ ଏହି ବିଦ୍ରୋହୀ ଏଆଇଏଡିଏମକେ ବିଧାକୟମାନେ ଶୁକ୍ରବାର ସେମାନଙ୍କ ନେତା ଟିଟିଭି ଦିନାକରନ୍‍ଙ୍କ ଉପସ୍ଥିତିରେ ମଦୁରାଇଠାରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଏ ସମ୍ପର୍କରେ ବିଧାୟକ ଥାଙ୍ଗା ତାମିଲସେଲଭନ୍‍ଙ୍କ ସୂଚନାନୁଯାୟୀ, ସୁପ୍ରିମକୋର୍ଟ ଯିବା ସମ୍ପର୍କରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଚସ୍ପତିଙ୍କ ନିଷ୍ପତ୍ତି ପକ୍ଷପାତମୂଳକ ଓ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣ କରିବା ସେମାନଙ୍କର ଲକ୍ଷ୍ୟ ବୋଲି ଥାଙ୍ଗା କହିଛନ୍ତି। ଅପରପକ୍ଷରେ ଦିନାକରନ୍‍ କହିଛନ୍ତି ଯେ ସୁପ୍ରିମକୋର୍ଟକୁ ଯିବା ଅପେକ୍ଷା ଉପନିର୍ବାଚନର ସମ୍ମୁଖୀନ ହୋଇ ଲୋକଙ୍କୁ ପ୍ରକୃତ ବିଷୟ ଜଣାଇବା ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ହେଲେ ତାଙ୍କ ଗୋଷ୍ଠୀ ନିଶ୍ଚୟ ବିଜୟଲାଭ କରିବେ ବୋଲି ଦିନାକରନ୍‍ କହିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories