www.samajalive.in
Monday, December 8, 2025
27.1 C
Bhubaneswar

ସେନାଧିକାରୀଙ୍କୁ ସମାଲୋଚନା: ମୁଖପାତ୍ରଙ୍କୁ ବାଧ୍ୟତାମୂଳକ ଛୁଟି

ନୂଆଦିଲ୍ଲୀ : ସାମରିକ ବାହିନୀର ଅଧିକାରୀଙ୍କ ଦ୍ୱାରା ସେମାନଙ୍କୁ ମିଳୁଥିବା ସୁବିଧାସୁଯୋଗର ଦୁରୁପଯୋଗ ହେଉଥିବା ସଂକ୍ରାନ୍ତ ମନ୍ତବ୍ୟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ସ୍ୱର୍ଣ୍ଣଶ୍ରୀ ରାଓ ରାଜଶେଖରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଦିଆଯାଇଛି। ରାଜଶେଖର ଟ୍ୱିଟର୍‍ରେ ଉଲ୍ଲେଖ କରିଥିଲେ ଯେ ସାମରିକ ଅଧିକାରୀମାନେ ବିଭାଗୀୟ ଗାଡ଼ିର ଅପବ୍ୟବହାର କରିଥାଆନ୍ତି। ସେମାନଙ୍କ ପତ୍ନୀ ଓ ପରିବାର ପିଲାଙ୍କୁ ସ୍କୁଲ ନେବାଠାରୁ ବଜାର ସଉଦା କିଣିବା ଓ ପାର୍ଟିକୁ ଯିବା ପର୍ଯ୍ୟନ୍ତ ସବୁକିଛି ସେନା ଗାଡ଼ିରେ ହୋଇଥାଏ। ଯବାନମାନେ ଅଧିକାରୀଙ୍କ ଘରେ ଗୋତି ଖଟିଥାଆନ୍ତି। ରାଜଶେଖରଙ୍କ ଏଭଳି ମନ୍ତବ୍ୟ ନେଇ ବିଭିନ୍ନ ମହଲରୁ; ବିଶେଷକରି ବରିଷ୍ଠ ସେନାଧିକାରୀଙ୍କ ପକ୍ଷରୁ ସମାଲୋଚନାର ସ୍ୱର ଉଠିବା ପରେ ସେ ଏହାକୁ ଟ୍ୱିଟରରୁ ହଟାଇ ନେବା ସହ ଦୁଃଖପ୍ରକାଶ କରିଥିଲେ। ଏହାସତ୍ତ୍ବେ ପୂର୍ବତନ ଜଳସେନା ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କ ଭଳି କିଛି ଅଧିକାରୀ ସେନା ପ୍ରତି ଏହା ଅପମାନ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଆପତ୍ତି କରିବା ପରେ ରାଜଶେଖରଙ୍କୁ ଛୁଟି ଦିଆଯାଇଛି। ତାଙ୍କ ସ୍ଥାନରେ କର୍ଣ୍ଣେଲ ଅମନ ଆନନ୍ଦଙ୍କୁ ସାମୟିକ ଭାବେ ମୁଖପାତ୍ର ଦାୟିତ୍ୱ ଅର୍ପଣ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories