www.samajalive.in
Saturday, December 13, 2025
27.1 C
Bhubaneswar

୧୦ ଜିଲାରେ ଆରମ୍ଭ ହେବ ଇ-ଆଇସିୟୁ ବ୍ୟବସ୍ଥା

ଭୁବନେଶ୍ବର: ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳାରୁ ଏହି ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲ ଏବଂ ୯ଟି ଜିଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ଏହିପରି ୧୦ଟି ସ୍ଥାନରେ ପ୍ରତିଷ୍ଠିତ ଆଇସିୟୁଗୁଡିକୁ ଏହି ବ୍ୟବସ୍ଥା ମାଧ୍ୟମରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସଂଯୋଗ କରାଯାଇ ପାରିବ। ସି-ଡାକ ଓ ଡିସିଏଲ୍‌ ସଫ୍ଟୱେର ଦ୍ୱାରା ଅନୁବନ୍ଧିତ ଏହି କାର୍ୟ୍ୟକ୍ରମରେ ରାଜ୍ୟର ୧୦ଟି ଚିକିତ୍ସାଳୟର ଆଇସିୟୁକୁ ସଂଯୋଗ କରାଯିବ। ଏହି ଜିଲା ଗୁଡିକ ହେଉଛି କଳାହାଣ୍ଡି, ପୁରୀ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର ଓ ​‌ଖୋର୍ଦ୍ଧା ଜିଲାର ଭୁନେଶ୍ୱରର କ୍ୟାପିଟାଲ ହସ୍ପିଟାଲ। ଏହି ଆଇସିୟୁ ଗୁଡିକୁ ଏସ୍‌ସିବି କଟକର ଟେଲି ମେଡିସିନି କେନ୍ଦ୍ର ସହିତ ସଂଯୋଗ କରାଯିବ। ଫଳରେ ଏହି ଜିଲାସ୍ତରୀୟ ଆଇସିୟୁରେ ଚିକିତ୍ସିତ ଗୁରୁତର ରୋଗୀମାନଙ୍କର ଚିକିତ୍ସା ଓ ରେଫରାଲରେ ମଧ୍ୟ ସୁବିଧା ହେବ। ଅଧିକନ୍ତୁ ଏହି ଇ-ଆଇସିୟୁ ଯୋଜନା ଦ୍ୱାରା ରେଫରାଲ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିବ ଏବଂ ରୋଗୀଙ୍କର ଚିକିତ୍ସା ସ୍ଥାନରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଯାଇପାରିବ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ଲୋକଙ୍କ ନିକଟତର ହେବା ପାଇଁ ଆହ୍ୱାନ ଦେଇଥିଲେ। ଫଳରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି କାର୍ୟ୍ୟକ୍ରମରେ ଜିଲାସ୍ତରୀୟ ଆଇସିୟୁରେ ଚିକିତ୍ସା ନିମନ୍ତେ ରାଜ୍ୟରେ ପ୍ରଚଳିତ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର ଅନୁଯାୟୀ ଚିକିତ୍ସା ଯୋଗାଇଦେବା ନିମନ୍ତେ ନିଷ୍ପତ୍ତି ହୋଇଛି। ବିଏସ୍‌ଏନଏଲ୍‌ ଜିଲାସ୍ତରୀୟ ଚିକିତ୍ସାଳୟ ଆଇସିୟୁ ଗୁଡ଼ିକରେ ଅପ୍ଟିକାଲ ଫାଇବର କେବୁଲ ତଥା ୧୦ଏମବିବିଏସ ବେଗରେ ଟେଲିସେବା ଯୋଗାଇଦେବାକୁ କୁହାଯାଇଛି । ଏହାଦ୍ୱାରା ଡାଟା ଟ୍ରାନ୍ସଫରରେ ନିରନ୍ତର ସେବା ଓ ଗୁଣବତ୍ତା ରହିପାରିବ। ଏହି କର୍ମଶାଳାରେ ପ୍ରସ୍ତାବିତ ଜିଲାର ମୁଖ୍ୟ ଚିକିତ୍ସାଧିକାରୀ, ମେଡିକାଲ କଲେଜର ଟେଲିମେଡିସିନ ବିଭାଗର ଅଧିକାରୀଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories