‘ମହାପ୍ରଭୁଙ୍କ ମହିମା ବଖାଣ ମଧ୍ୟ ଏକ ଅନନ୍ୟ ସେବା’ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଲୋକାର୍ପିତ

ଭୁବନେଶ୍ୱର:ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ମହାବିଗ୍ରହ ଶରଣପଂଜର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ମହାପର୍ବ । ରଥଯାତ୍ରା ସଂପର୍କରେ ଗବେଷଣା, ଅଧ୍ୟୟନ ଓ ଆଲୋଚନା ଅବ୍ୟାହତ ରହିଥିବାବେଳେ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଗ୍ରନ୍ଥଟି ସେହି କ୍ରମରେ ଏକ ଚମତ୍କାର ସଂଯୋଜନା । ଆଜି ଲୋକସଂପର୍କ ଭବନରେ ପବିତ୍ର ସନ୍ଧ୍ୟାଦର୍ଶନ ଅବସରରେ ରଥଯାତ୍ରାର ମହତ୍ତ୍ୱ ଓ ବିଭିନ୍ନ ତଥ୍ୟସମ୍ବଳିତ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକଟି ଲୋକାର୍ପିତ ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ. ଲେନିନ୍‌ ମହାନ୍ତି ପୁସ୍ତକର ଲୋକାର୍ପଣ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବଖାଣ ମଧ୍ୟ ଗୋଟିଏ ଅନନ୍ୟ ସେବା ଓ ପୁସ୍ତକର ସଂପାଦକବୃନ୍ଦ ଏଥିପାଇଁ ପ୍ରଶଂସନୀୟ ବୋଲି ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ କହିଥିଲେ।

prayash

ଶ୍ରୀଗୁଣ୍ଡିଚା ଯାତ୍ରାର ବିଭିନ୍ନ ବିଭବ ନେଇ ୨୬ ଜଣ ବୁଦ୍ଧିଜୀବୀ ଓ ଗବେଷକଙ୍କ ଉପାଦେୟ ଆଲେଖ୍ୟରେ ସମୃଦ୍ଧ ଏହି ପୁସ୍ତକଟି ବିଶିଷ୍ଟ ଜଗନ୍ନାଥ ଗବେଷକ ଡ. ଭାସ୍କର ମିଶ୍ର, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁଶାନ୍ତ ଦାଶ ଓ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଅଭୟ ଚରଣ ରାଉତଙ୍କ ଦ୍ୱାରା ସଂପାଦିତ ହୋଇଛି। କାର୍ଯ୍ୟକ୍ରମରେ ପୁସ୍ତକର ସଂପାଦକବୃନ୍ଦ ବକ୍ତବ୍ୟ ରଖି ଏପରି ପ୍ରକାଶନ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ସଂପର୍କରେ ତଥ୍ୟ ଓ ଶାସ୍ତ୍ରୀୟ ଉପସ୍ଥାପନକୁ ବ୍ୟାପକ କରିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ। ଶ୍ରୀ ପୁରୁଷୋତ୍ତମ ସଦ୍‌ଗ୍ରନ୍ଥାଳୟ ପ୍ରକାଶିତ ୩୮୬ ପୃଷ୍ଠାର ଏହି ପୁସ୍ତକଟିର ପ୍ରଥମ କପି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଧିଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସମର୍ପିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିବାବେ ଳେ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦ ଶର୍ନି ୀ ସଂଯୋଜନା କରିଥିଲେ।

kalyan agarbati

Comments are closed.