www.samajalive.in
Friday, December 5, 2025
20.1 C
Bhubaneswar

ଅନ୍ ଲାଇନ ଗେମରେ ୧୧୦୦ କୋଟି ଟଙ୍କା ଠକେଇ; ଚୀନ ନାଗରିକ ସମେତ ୪ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଚୀନରୁ ନିୟନ୍ତ୍ରିତ ହେଉଥବା ଏକ ବଡ଼ ଠକେଇର ରହସ୍ୟ ଉନ୍ମୋଚନ କରିଛନ୍ତି । ସୂଚନା ଅନୁସାରେ ଜଣେ ଚୀନା ନାଗରିକଙ୍କ ଇଙ୍ଗିତରେ କୋଟି କୋଟି ଟଙ୍କା କାରବାର ହେଉଥିଲା । ଅନଲାଇନ୍ ଗେମ୍ ୱେବସାଇଟ୍ ଜରିଆରେ ଭାରତୀୟ ଲୋକଙ୍କୁ ଲୁଟ୍ କରାଯାଉଥିଲା । ଏହି ଚୀନ ନାଗରିକଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଛି । ଏହି ଚୀନ ନାଗରିକଙ୍କୁ ପୁଲିସ ଠକେଇ ଓ ବିଶ୍ଵାସଘାତକତାର ମାଷ୍ଟରମାଇଣ୍ଡ ବୋଲି ଅଭିହିତ କରିଛି । ସମ୍ପୃକ୍ତ ଚୀନ ବ୍ୟକ୍ତିର ୩ ଭାରତୀୟ ସାଥୀ ମଧ୍ୟ ଗିରଫ ହୋଇଛନ୍ତି ।

ହାଇଦ୍ରାବାଦ ପୁଲିସ କମିଶନ ଅଞ୍ଜନୀ କୁମାର କହିଛନ୍ତି ଯେ ଏହି ସବୁ ଗେମ୍ ୱେବସାଇଟ୍ ଚୀନ ପ୍ରସ୍ତୁତ ଓ ଏହା ସେଇଠାରୁ ନିୟନ୍ତ୍ରିତ ହୋଇ ଆସୁଛି । ଏହାର ଡ଼ାଟା ପରିଚାଳନା କ୍ଲାଉଡ଼ ଆଧାରିତ ଓ ଚୀନରୁ ଏହା କାର୍ଯ୍ୟ କରୁଛି । କିଛିଦିନ ତଳେ ହାଇଦ୍ରାବାଦ ପୁଲିସ ନିକଟରେ କିଛି ଲୋକ ଅଭିଯୋଗ କରିଥିଲେ । ଏକ  ଅନଲାଇନ୍ ଗେମ୍ ୱେବସାଇଟ୍ ଦ୍ବାରା ସେମାନଙ୍କୁ ଠକି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଆଉ ଦୁଇଜଣ ନିର୍ଦିଷ୍ଟ ଭାବରେ ଏହି ଅନଲାଇନ୍ ଗେମ୍ ସମ୍ପର୍କରେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

- Advertisement -

ସେମାନେ ଏହି ଗେମରେ ଟଙ୍କା ଲଗାଇଥିଲେ ଓ ସେମାନଙ୍କ ମଧ୍ୟରୁ ଜଣକଠାରୁ ୯୭ ହଜାର ଓ ଅନ୍ୟ ଜଣଙ୍କ ଠାରୁ ୧.୬୪ ଲକ୍ଷ ଟଙ୍କା ଠକି ନିଆଯାଇଥିଲା । ଏହି ଦୁଇ ଅଭିଯୋଗ ଆଧାରରେ ହାଇଦ୍ରାବାଦ ପୁଲିସ ସାଇବର କ୍ରାଇମ ସେଲ୍ ଯାଞ୍ଚ ଆରମ୍ଭ କରିଥିଳା । ଏତିକିବେଳେ ଏହି ଅନଲାଇନ୍ ଗେମ୍ ଟେଲିଗ୍ରାମ୍ ଗ୍ରୁପ୍ ଜରିଆରେ କରାଯାଉଥିବା ଜଣା ପଡ଼ିଥିଲା । ଏହି ଗ୍ରୁପରେ କେବଳ ସୁପାରିସ ଆଧାରରେ ପ୍ରବେଶ କରିବାକୁ ସୁଯୋଗ ମିଳିଥାଏ । ଏହା ସହ ଗ୍ରୁପରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ କମିଶନ ମଧ୍ୟ ଦିଆଯାଇଥାଏ । ଆଉ କେବଳ ଟେଲିଗ୍ରାମ ଗ୍ରୁପରେ ଏହା କରାଯାଇଥାଏ ।

ଟେଲିଗ୍ରାମରେ ସୃଷ୍ଟି ହୋଇଥିବା ଗ୍ରୁପ୍ର ଆଡ଼ମିନ୍  ୱେସାଇଟ ଓ ଅନଲାଇନ ଗେମ୍ ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥାଏ, ଯେଉଁଥିରେ ଟଙ୍କା ଲଗାଯାଇଥାଏ । ଏହି ୱେବସାଇଟ ପ୍ରତିଦିନ ବଦଳୁଥାଏ । ଯାହା ଫଳ​‌ରେ ଏହାକୁ ଧରିବା ସମ୍ଭାବନା ନ ଥାଏ । ଏହାପରେ ଏକ ରଙ୍ଗ ଜରିଆରେ ଟଙ୍କା ଲଗାଇବା ସଂକ୍ରାନ୍ତ ଖେଳ ଖେଳାଯାଇଥାଏ । ଏଥିରେ ଖେଳାଳି ରଙ୍ଗର ଭବିଷ୍ୟବାଣୀ କରିଥାଏ । ଖେଳାଳି ଯେଉଁ ରଙ୍ଗ ଭବିଷ୍ୟବାଣୀ କରିଥାଏ ତାହା ଦିଶିଲେ ବିଜେତା ଘୋଷଣା କରାଯାଏ ଏବଂ ଯଦି ସେହି ରଙ୍ଗ ପରିବର୍ତ୍ତେ ଅନ୍ୟ ରଙ୍ଗ ଆସିଲା ତେବେ ଖେଳାଳି ହାରିଥାଏ ଓ ଲଗାଇଥିବା ଟଙ୍କା କମ୍ପାନୀ ନେଇଯାଇଥାଏ । ହାଇଦ୍ରାବାଦ ପୁଲିସ କମିଶନରଙ୍କ ସୂଚନା ଅନୁସାରେ ଯାଞ୍ଚ ବେଳେ କେବଳ ଚଳିତ ବର୍ଷ ୧୧ଶହ କୋଟି ଟଙ୍କାର ନେଣଦେଣ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories