www.samajalive.in
Friday, December 5, 2025
20.1 C
Bhubaneswar

ସ୍ତ୍ରୀକୁ ହତ୍ୟାକରି ନଦୀରେ ଭସାଇଦେଲା ସ୍ୱାମୀ  

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋକୁଳପୁର ଗ୍ରାମର ଜଣେ ବିବାହିତ ମହିଳା ହରପ୍ରିୟା ସାହୁଙ୍କ ମୃତଦେହ ଗୋବରୀ ନଈର ବ୍ରାହ୍ମଣ ମଣିଯୋରି ନିକଟରୁ ଉଦ୍ଧାର କରାଯାଇଛି। ରାହାଣିଆ ଗ୍ରାମର ଶରତ ବିଶ୍ୱାଳ ଓ ବାସନ୍ତୀ ବିଶ୍ୱାଳଙ୍କ ବଡ ଝିଅ ହରପ୍ରିୟା (ଇନୁ)କୁ ୨୦୧୬ରେ ଗୋକୁଳପୁର ଗ୍ରାମର ବିଭୁତି ଭୂଷଣ ସାହୁ ଓ କୌଶଲ୍ୟା ସାହୁଙ୍କ ବଡ ପୁଅ ଗୌତମ ସାହୁ (ପପୁ) ଅପହରଣ କରିବା ପରେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ୩ବର୍ଷର ଝିଅ ଅଛି। ସେହି ଗ୍ରାମର ବାପି ନାମକ କାର ମାଲିକଙ୍କ ପାଖରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ପପୁ  ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ଶାରୀରିକ ଯନ୍ତ୍ରଣା ଦେଉଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ପପୁ କାର ମାଲିକ ବାପି ସହ ନିଜ ସ୍ତ୍ରୀର ଅନୈତିକ ସମ୍ବନ୍ଧ ନେଇ ମାହାଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲା ଓ ପରବର୍ତ୍ତୀ ସମୟରେ ପୁଲିସ ବାପିକୁ ଗିରଫ କରି ଜେଲ ପଠାଇଥିଲା। ସେହି ଦିନ ଠାରୁ ସେ ତାଙ୍କ ସ୍ତ୍ରୀକୁ ତା ବାପା ଘରେ ଛାଡି ଦେଇଥିଲେ। ତେବେ ଗୁରୁବାର ଦିନ ସ୍ତ୍ରୀ ଇନୁ ଓ ତାଙ୍କ ମା’ ବାପି ଜାମିନ ଘଟଣାର ସମାଧାନ ପାଇଁ କଟକ ଆସୁଥିବା ବେଳେ ଅଧାବାଟରୁ ସ୍ୱାମୀ ପପୁ  ଅନ୍ୟ ତିନି ଜଣଙ୍କ ସହ ମା ଝିଅକୁ ଧମକ ଚମକ ଦେଇ ନିଜ ସହ ସ୍ତ୍ରୀକୁ କଟକ ଆଣିଥିଲେ। ସେହିଦିନ ବାପିକୁ ଜାମିନ ମିଳିଥିବା ବେଳେ ଉଭୟ ବାପି ଓ ପପୁ ଗାଁକୁ ଫେରିଥିଲେ କିନ୍ତୁ ଇନୁଙ୍କର କୌଣସି ପତ୍ତା ମିଳିନଥିଲା। ଶୁକ୍ରବାର ଅପରାହ୍ନ ୨ଟା ବେଳେ ଗୋବରୀ ନଦୀରେ ଏକ ମୃତଦେହ ଭାସୁଥିବା ଖବର ମିଳିବା ପରେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ନଦୀରୁ ମୃତ ଦେହ ଉଦ୍ଧାର କରିଥିଲେ ଓ ପରେ ପରିବାର  ଲୋକେ ମୃତ ଦେହ ଚିହ୍ନଟ କରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ଝିଅକୁ ତାର ସ୍ୱାମୀ ଗୌତମ ସାହୁ ଓ ତାର ବାପା ମା ମାରିଦେଇଥିବା ମାହାଙ୍ଗା ଥାନାରେ ଏତଲା ଦିଆଯାଇଛି। ସ୍ୱାମୀ ଗୌତମ ଓ ତାର ବାପା ମା ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories