www.samajalive.in
Wednesday, December 10, 2025
26.1 C
Bhubaneswar

ଏହି ଆଶ୍ଚର୍ଯ୍ୟଜନକ କାରଣରୁ ଛାଡପତ୍ର ନେଲେ ସ୍ୱାମୀ ସ୍ତ୍ରୀ

ଖାଦ୍ୟପାନୀୟ ଆଧାରରେ ଯେ ବିବାହ ବିଚ୍ଛେଦ ହେଉଛି, ସେ ବିଷୟରେ ଚିନ୍ତା କଲେ ବି ଆଶ୍ଚର୍ଯ୍ୟ ଲାଗୁଛି। ବ୍ରିଟିଶ୍ ଏଗ୍ କାଉନସିଲ୍‌ର ସଦସ୍ୟମାନେ ବର୍ଷକୁବର୍ଷ ଲୋକମାନଙ୍କ ମତାମତ ନେଇ ବିଭିନ୍ନ ପର୍ଯ୍ୟାୟରେ ଗବେଷଣା କରିଥାନ୍ତି। ୨୦୨୩ରେ ପ୍ରାୟ ୩ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇ ସେମାନଙ୍କ ମତ ନିଆଯାଇଥିଲା। କିଏ ଅଣ୍ଡା ପୋଚ୍ ଖାଇବାକୁ ପସନ୍ଦ କରୁଥିବା କହିଲେ ତ’ ଆଉ କିଏ ଭଜା/ଭୁଜିଆ ଅଣ୍ଡା ଖାଉଥିବା କହିଥିଲେ।

ଗବେଷକଦଳ ଏହି ବର୍ଗର ଲୋକଙ୍କୁ ଅନୁଧ୍ୟାନ କରି କହିଛନ୍ତି, ଏମାନେ ବେଶ୍ ଖୁସ୍ ମିଜାଜ୍‌ର। ମଜାର କଥା ହେଉଛି ଅଣ୍ଡା ପୋଚ୍ ଖାଉଥିବା ଲୋକମାନେ ପରିଶ୍ରମୀ ହେବା ସହିତ ସେମାନଙ୍କ ହଜମ କ୍ଷମତା ବି ଭଲ। ଅଣ୍ଡା ଓମଲେଟ୍‌ ଯୁବପିଢ଼ିଙ୍କ ବେଶୀ ପସନ୍ଦ। ବୟସ୍କମାନେ ପରିବା ମିଶା ଓମଲେଟ୍ ଖାଇବାକୁ ଆଗ୍ରହ ଦେଖାଉଥିବାବେଳେ ଏମାନେ ଏକ ଶୃଙ୍ଖଳିତ ଜୀବନ ଅତିବାହିତ କରିଥାନ୍ତି। ତେବେ, ମଜାର କଥା ହେଉଛି, ସିଝା ଅଣ୍ଡା ଖାଉଥିବା ଲୋକଙ୍କ ବୈବାହିକ ଜୀବନରେ ନିୟମିତ ଅଶାନ୍ତି ଉପୁଜିଥିବା କେତେଜଣ ଭୁକ୍ତଭୋଗୀ କହିଥିଲେ। ଏହି ବର୍ଗରେ ୪% ଲୋକଙ୍କ ବିଚ୍ଛେଦ ହୋଇଥିବା ମଧ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories