ଲିଙ୍ଗଗତ ଅସମାନତା ସୂଚକାଙ୍କ – ୧୦୮ ସ୍ଥାନରେ ଭାରତ

ଡେସ୍କ: ଲିଙ୍ଗଗତ ଅସମାନତା ସୂଚକାଙ୍କ ୨୦୨୨ରେ ଭାରତ ୧୪ ସ୍ଥାନ ଉପରକୁ ଉଠିଛି। ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ-ୟୁଏନଡିପି ଦ୍ୱାରା ପ୍ରକାଶିତ ମାନବ ବିକାଶ ରିପୋର୍ଟ ୨୦୨୩-୨୪ ଅନୁଯାୟୀ ଲିଙ୍ଗଗତ ଅସମାନତା ସୂଚକାଙ୍କ – ଜିଆଇଆଇ ୨୦୨୨ରେ ୧୯୩ଟି ଦେଶ ମଧ୍ୟରେ ଭାରତ ୧୦୮ତମ ସ୍ଥାନରେ ରହିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶର ମାନ୍ୟତା କ୍ରମାଗତ ଭାବେ ଉନ୍ନତ ହୋଇଛି। ଦୀର୍ଘମିଆଦୀ ସାମାଜିକ- ଅର୍ଥନୈତିକ ଓ ରାଜନୈତିକ ବିକାଶ ଲକ୍ଷ୍ୟ ନେଇ ନୀତିଗତ ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ସୁନିଶ୍ଚିତ କରିବା ପାଇଁ ସରକାର ଯେଉଁ ନିର୍ଣ୍ଣାୟକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାର ଏହା ଫଳାଫଳ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

https://www.undp.org/india/publications/human-development-report-2023-24-0

Comments are closed.