www.samajalive.in
Saturday, December 6, 2025
15.1 C
Bhubaneswar

ମେ’ ୨୧ରୁ ମାଟ୍ରିକ ଖାତା ମୂଲ୍ୟାୟନ, ଦୈନିକ ୨ ଘଣ୍ଟା ଖାତା ଦେଖା

ଡେସ୍କ: ଚଳିତ ମାସ ୨୧ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଥିବା ବୋର୍ଡ କହିଛି। ଗତକାଲି ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷକଙ୍କ ନିଯୁକ୍ତି ପତ୍ର ୱେବସାଇଟରେ ଅପଲୋଡ଼ କରାଯାଇଥିବା ବେଳେ ମୂଲ୍ୟାୟନ ସହ ଜଡିତ ସମସ୍ତ କର୍ମଚାରୀଙ୍କୁ ୨୦ ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବାକୁ କୁହାଯାଇଛି।

ଚଳିତ ଥର ଏକ ସଂଗେ ତିନୋଟି ପରୀକ୍ଷାର ମୂଲ୍ୟାୟନ ମେ’ ୨୧ରୁ ଆରମ୍ଭ ହେବ। ହାଇସ୍କୁଲ ଓ ମୁକ୍ତ ବିଦ୍ୟାଳୟ ପାଇଁ ମୂଲ୍ୟାୟନ ବେଳେ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ମାର୍କ ଅପଲୋଡ଼ କରାଯିବାକୁ ଥିବାବେଳେ ମଧ୍ୟମାରେ ଅଫଲାଇନରେ ମାର୍କ ଫଏଲରେ ମାର୍କ ଗ୍ରହଣ କରାଯିବ। ଏଥର ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ ହେବାକୁ ଥିବାବେଳେ ୪୮୧ ଜଣ ମୁଖ୍ୟ ପରୀକ୍ଷକ ୯୦୦ ଜଣ ଡେପୁଟି ନିରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କୃଟିନାଇଜରଙ୍କୁ ନିଯୁକ୍ତ କରାଯାଇଛି। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖାତା ଦେଖା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories