www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଚିକିତ୍ସା ପାଇଁ ଆସିଲା ବଟିକା, ସିଙ୍ଗାପୁରରେ ମିଳିଲା ବ୍ୟବହାର ଅନୁମତି

ସିଙ୍ଗାପୁର: କରୋନା ସଂକ୍ରମଣ ଚିକିତ୍ସା ପାଇଁ ବିଶ୍ୱରେ ବିଭିନ୍ନ ଟିକା ବ୍ୟବହୃତ ହେଉଥିବା ବେଳେ ପ୍ରଥମ ଥର ବଟିକା ବ୍ୟବହାର ହେବାକୁ ଯାଉଛି। ଫାଇଜର କମ୍ପାନୀ ପ୍ରସ୍ତୁତ ଏହି ବଟିକାକୁ ଅନ୍ୟ ସାଧାରଣ ବଟିକା ଭଳି ପାଟି ମଧ୍ୟ ଦେଇ ବ୍ୟବହାର କରିହେବ। ଏହି ବଟିକାର ନାମ ହେଉଛି ‘ପାକ୍ସଲୋଭିଡ’। ସିଙ୍ଗାପୁର ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରାଧିକରଣ ଏହି ବଟିକାର ବ୍ୟବହାର ପାଇଁ ମଧ୍ୟବର୍ତ୍ତିକାଳୀନ ଅନୁମତି ଦେଇଥିବା ୟାହୁ ନିଉଜ ସୂତ୍ରରୁ ଜଣାପଡିଛି।

ସୂଚନା ମୁତାବକ, ଗୁରୁତର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ପାକ୍ସଲୋଭିଡ୍ ବଟିକା ସାମାନ୍ୟରୁ ମଧ୍ୟମ ଧରଣର କୋଭିଡ ସଂକ୍ରମଣ କ୍ଷେତ୍ରରେ ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ। ଫଳରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ଆଶଙ୍କା କମ କରାଯାଇ ପାରିବ ବୋଲି ସିଙ୍ଗାପୁର ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରାଧିକରଣ କହିଛି। ଏହାକୁ ପାଞ୍ଚ ଦିନ ପାଇଁ ଦୈନିକ ଦୁଇଥର ସେବନ କରାଯିବ ଏବଂ କରୋନା ଲକ୍ଷଣ ଆରମ୍ଭ ହେବାର ପାଞ୍ଚ ଦିନ ମଧ୍ୟରେ ରୋଗ ନିର୍ଣ୍ଣୟ କରାଯିବା ପରେ ଚିକିତ୍ସା ଆରମ୍ଭ କରାଯିବ। ଗୁରୁତର କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର ପାଇଁ ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

- Advertisement -

ଏହି ବଟିକାର ବ୍ୟବହାର ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ୮୮.୯%କୁ ହ୍ରାସ କରିବ। ପାକ୍ସଲୋଭିଡ୍ ହେଉଛି ଦୁଇଟି ଔଷଧର ମିଶ୍ରଣ, ନିରମାଟ୍ରେଲ୍ଭିର୍ ଏବଂ ରାଇଟୋନାଭିର୍। ନିରମାଟ୍ରେଲ୍ଭିର୍ ଏକ ଆଣ୍ଟିଭାଇରାଲ୍ ଔଷଧ ହୋଇଥିବା ବେଳେ ରାଇଟୋନାଭିର୍ ରକ୍ତ ସ୍ତରକୁ ବଜାୟ ରଖିଥାଏ।

ଉପଲବ୍ଧ ପରୀକ୍ଷଣ ତଥ୍ୟ ଅନୁଯାୟୀ, ଏହା ଲକ୍ଷଣ ଆରମ୍ଭ ହେବାର ତିନି ଦିନ ମଧ୍ୟରେ ବ୍ୟବହାର କରାଗଲେ ଡାକ୍ତରଖାନାରେ ଭର୍ତ୍ତି ହେବା କିମ୍ବା ମୃତ୍ୟୁ ହେବାର ଆଶଙ୍କା ୮୮.୯%କୁ ହ୍ରାସ କରିଥାଏ ଏବଂ ପାଞ୍ଚ ଦିନ ମଧ୍ୟରେ ଦିଆଯିବା ବେଳେ ୮୭.୮% ହ୍ରାସ କରିଥାଏ।

ମାଧ୍ୟମ ଧରଣର କୋଭିଡ ଲକ୍ଷଣ ଯୁକ୍ତ ପ୍ରାୟ ୨ ହଜାରରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହାର ପରୀକ୍ଷଣ କରାଯାଇଥିଲା ଯେଉଁମାନେ ମଧ୍ୟ ଅନ୍ୟ ମାରାତ୍ମକ ରୋଗରେ ପୀଡିତ ଥିଲେ। ତେବେ ପାକ୍ସଲୋଭିଡ୍ ଗ୍ରହଣ କରିଥିବା ୧୦୩୯ ରୋଗୀଙ୍କ ମଧ୍ୟରୁ ମାତ୍ର ଆଠ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉପଲବ୍ଧ କ୍ଲିନିକାଲ୍ ପ୍ରମାଣ ଉପରେ ଆଧାର କରି, ସିଙ୍ଗାପୁର ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରାଧିକରଣ କହିଛି ଯେ ପାକ୍ସଲୋଭିଡ୍ର ଉପକାରି ଯାହା ବୟସ୍କମାନଙ୍କ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କରୋନା ଚିକିତ୍ସା ପାଇଁ ଅନୁକୂଳ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories