www.samajalive.in
Tuesday, December 9, 2025
16.1 C
Bhubaneswar

ଇଣ୍ଟରନେଟ ନଥିଲେ ବି ୟୁପିଆଇ ପେମେଣ୍ଟ କରିପାରିବେ: ଜାଣନ୍ତୁ କେମିତି

ସମାଜ ଡିଜିଟାଲ ଡେସ୍କ: ଡିଜିଟାଲ ଯୁଗରେ ୟୁପିଆଇ ପେମେଣ୍ଟ କରିବା ସବୁଠାରୁ ସହଜ। କାରଣ ଏଥିପାଇଁ ଆପଣଙ୍କୁ ଖୁଚୁରା ପଇସା ସାଙ୍ଗରେ ନେବାକୁ ପଡିନଥାଏ। ଆପଣ ୟୁପିଆଇ ମାଧ୍ୟମରେ ୧ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ଯଦିଓ ଏଥିପାଇଁ ଇଣ୍ଟରନେଟ୍‌‌ ଆବଶ୍ୟକ ପଡିଥାଏ। ହେଲେ ଆପଣ ଜାଣିଛନ୍ତି କି ଇଣ୍ଟରନେଟ୍‌‌ ବିନା ମଧ୍ୟ ୟୁପିଆଇ ପେମେଣ୍ଟ କରିପାରିବେ। ବର୍ତ୍ତମାନ ୟୁପିଆଇ ଦେଶର ସବୁଠାରୁ ବଡ ପେମେଣ୍ଟ ବ୍ୟବସ୍ଥାରେ ପରିଣତ ହୋଇଛି। ବଡ ଦୋକାନ ଠାରୁ ଆରମ୍ଭ କରି ପନିପରିବା ବଜାର ଦୋକାନୀଙ୍କୁ ୟୁପିଆଇ ଜରିଆରେ ପେମେଣ୍ଟ କରାଯାଇପାରୁଛି। ୟୁପିଆଇ ଜରିଆରେ ପେମେଣ୍ଟ କରିବାର ସୁବିଧା ବିଶ୍ୱର ସବୁ ଦେଶରେ ବ୍ୟବହୃତ ହେଉଛି।
ବିନା ଇଣ୍ଟରନେଟରେ ୟୁପିଆଇ ପେମେଣ୍ଟ କରିବା ପୂର୍ବରୁ ଆପଣ ପ୍ରଥମେ ନିଜର ଆକାଉଣ୍ଟ ସେଟ୍‌‌ କରିବା ଜରୁରୀ। ଏଥିପାଇଁ ଆପଣ ଫୋନରେ ପ୍ରଥମେ *99# ଡାଏଲ କରନ୍ତୁ। ଏହାପରେ ଭାଷା ଚୟନ କରି ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଯେପରି ନାମ ଏବଂ ଆଇଏଫଏସ କୋଡର ପ୍ରଥମ ୪ଟି ଅକ୍ଷର ଦିଅନ୍ତୁ। ଏହାପରେ ବ୍ୟାଙ୍କରେ ତାଲିକାଭୁକ୍ତ ନମ୍ବରରେ ବ୍ୟାଙ୍କ ଗୁଡିକର ତାଲିକା ଦେଖିବାକୁ ପାଇବେ। ଏହି ତାଲିକାରେ ପେମେଣ୍ଟ କରୁଥିବା ବ୍ୟାଙ୍କକୁ ଚୟନ କରି ଆପଣ ନିଜର ଡେବିଟ୍‌‌ କାର୍ଡର ଶେଷ ଛଅ ଅଙ୍କ ଏବଂ ଏକ୍ସପାଏରୀ ଡେଟ୍‌‌ ଦେବେ। ଏହାପରେ ଇଣ୍ଟରନେଟ୍‌‌ ସଂଯୋଗ ବିନା ୟୁପିଆଇ ପେମେଣ୍ଟ ପ୍ରକ୍ରିୟା ହେବ।

  • ପ୍ରଥମେ ନିଜ ଫୋନରେ *99# ଡାଏଲ କରିବା ପରେ ୧ ଟିପନ୍ତୁ।
  • ଏହାପରେ ଆପଣ ଟଙ୍କା ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ୟୁପିଆଇଡି/ବ୍ୟାଙ୍କ ଆକାଉଣ୍ଟ ନମ୍ବର/ ଫୋନ୍‌‌ ନମ୍ବର ଦିଅନ୍ତୁ
  • ବର୍ତ୍ତମାନ ଆପଣ ପଠାଇବାକୁ ଚାହୁଁଥିବା ଟଙ୍କା ଏବଂ ୟୁପିଆଇ ପିନ୍‌‌ ଦିଅନ୍ତୁ
  • ଏହା କରିବା ପରେ ତୁମର ପେମେଣ୍ଟ ସଫଳତାର ସହ ହୋଇଯିବ
  • ଧ୍ୟାନ ଦେବେ *99# ଡାଏଲ କରିବା ପାଇଁ ଆପଣଙ୍କ ମାତ୍ର ୦.୫୦ ପଇସା ଦେବାକୁ ପଡିବ। ଏହି ଚାର୍ଜ ଦ୍ୱାରା ଆପଣ ୫ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ।

 

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories