www.samajalive.in
Saturday, December 6, 2025
15.1 C
Bhubaneswar

ବିଶେଷଜ୍ଞଙ୍କ ମତ : କିଭଳି ଜାଣିବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ

ବର୍ତ୍ତମାନ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିିଛି। ଏହି ସମୟରେ ଆମ ରୋଗ ପ୍ରତିରୋଧକ ଶକ୍ତି ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। କାରଣ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ନିତ୍ୟାନ୍ତ ଆବଶ୍ୟକ। ରୋଗ ପ୍ରତିରୋଧକ ଶକ୍ତି ହିଁ ଆମକୁ ସମସ୍ତ ପ୍ରକାର ରୋଗରୁ ରକ୍ଷା କରିଥାଏ। ତେଣୁ ଏହି ସମୟରେ ନିଜର ରୋଗ ପ୍ରତିରୋଧକ ଶକ୍ତି କେତେ ମଜଭୂତ ତାହା ଜାଣିବା ନିଶ୍ଚିତ ଆବଶ୍ୟକ।
ବିଶେଷଜ୍ଞଙ୍କ ମତରେ ବାରମ୍ବାର ରୋଗଗ୍ରସ୍ତ ହେବା, ଥକ୍କାପଣ ଅନୁଭବ ହେବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାର ଲକ୍ଷଣ।
କେତେକ ଲୋକେ ପାଗର ପରିବର୍ତ୍ତନ ମାତ୍ରେ ରୋଗଗ୍ରସ୍ତ ହୋଇ ଥାଆନ୍ତି, ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳର ସଙ୍କେତ।
ଆପଣଙ୍କୁ ଅଧିକାଂଶ ସମୟ ଥକ୍କାପଣ କିମ୍ବା ଆଳସ୍ୟ ଅନୁଭବ ହେଲେ ; ଶରୀରରେ ଯନ୍ତ୍ରଣା, ବ୍ୟଥା ଲାଗି ରହୁଥିଲେ, ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ବୋଲି ଜଣାଯାଏ।
ଏହାସହ ସକାଳେ ଉଠିବା ମାତ୍ରେ ତାଜା ଅନୁଭବ ନକରିବା, ଦିନଯାକ ସାମାନ୍ୟ କାମ କଲେ ମଧ୍ୟ ହାଲିଆ ହେବା, କାର୍ଯ୍ୟ କରିବାରେ ଆବଶ୍ୟକୀୟ ଶକ୍ତି ନମିଳିବା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳର ଲକ୍ଷଣ।
ଯଦି ଆପଣଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତ ହେଉଛି ଓ ତାହା ଭଲ ହେବାକୁ ଅଧିକ ସମୟ ଲାଗୁଛି, ତେବେ ଜାଣନ୍ତୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ।
ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନଙ୍କର ପେଟ ଜନିତ ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ। ଗ୍ୟାସଟିକ  ,କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ।
ଏହା ବ୍ୟତୀତ ଅଧିକାଂଶ ସମୟରେ ଚିଡଚିଡା, ବ୍ୟସ୍ତ ଅନୁଭବ ହେବା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳର ସଙ୍କେତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories