www.samajalive.in
Friday, December 5, 2025
26.1 C
Bhubaneswar

କୋଭିଡ଼ ନିୟମ ପାଳନରେ ପୁଲିସ ବ୍ୟସ୍ତତାର ସୁଯୋଗ ନେଇ ବଢୁଛି ଅପରାଧ

ସମ୍ବଲପୁର: କୋଭିଡ ନିୟମ ଓ ମୋଟର ଯାନ ନିୟମ ଲାଗୁ କରିବା ଏବଂ ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ନେଇ ସମ୍ବଲପୁର ପୁଲିସ ଏବେ ବେଶ ଚଳଚଞ୍ଚଳ। ଗତ ଗୋଟିଏ ସପ୍ତାହ ମଧ୍ୟରେ ମାସ୍କ, ସାମାଜିକ ଦୂରତା, ମୋଟରଯାନ ଆଦି ଚେକିଂରେ ସମ୍ବଲପୁର ଜିଲା ପୁଲିସ ଜରିମାନା ଆଦାୟ କରିବାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ଖୋଦ ସମ୍ବଲପୁର ଏସପି କହିଛନ୍ତି। ଜିଲା ପୁଲିସର ଦୈନିକ ତଥ୍ୟାନୁଯାୟୀ ବିଗତ ୭ ଦିନ ମଧ୍ୟରେ ପ୍ରାୟ ୩ ହଜାର ଅମାନିଆଙ୍କଠାରୁ ବିଭିନ୍ନ ନିୟମ ଉଲ୍ଲଂଘନ ଯୋଗୁଁ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫାଇନ ଆଦାୟ କରାଯାଇଛି। ସମ୍ବଲପୁରରେ ଶତ ପ୍ରତିଶତ ମାସ୍କ ପରିଧାନ କରିବା ପାଇଁ ରାସ୍ତା ଘାଟ, ବିଭିନ୍ନ ଛକ, ଗଳି କନ୍ଦି ରାସ୍ତା ଆଦିରେ ଦିନ ରାତି ପୁଲିସ ବାହିନୀ ପଇଁତରା ମାରୁଛନ୍ତି। ପୁଲିସ କିଭଳି ଆଦାୟ କରୁଛି, ତାକୁ ତନଖି କରିବା ପାଇଁ ଖୋଦ ଜିଲା ପୁଲିସ ମୁଖିଆ ମଇଦାନକୁ ଓହ୍ଲାଇ ଅଚାନକ ଯାଞ୍ଚ କରୁଥିବାରୁ ଏବେ ପୁଲିସ ବାହିନୀ ବେଶ ସଜାଗ।

ଅପରପକ୍ଷରେ ପୁଲିସର ଏହି ବ୍ୟସ୍ତତାର ସୁଯୋଗ ନେଇ ଅପରାଧୀମାନେ ଅପରାଧର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବ୍ୟାପକ ନିଶା, ଜୁଆ, ମହିଳା ଉତ୍ପୀଡନ, ହତ୍ୟା, ଲୁଟ, ଠକେଇ, ସାଇବର ଠକେଇ ଆଦି ମାମଲା ନିୟମିତ ଭାବେ ଘଟିବାରେ ଲାଗିଛି। ତେଣୁ ପୁଲିସ ଜରିମାନା ଆଦାୟ ସହ ଅପରାଧିକ ମାମଲାକୁ ରୋକିବା ଦିଗରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories