www.samajalive.in
Monday, December 8, 2025
16.1 C
Bhubaneswar

କୋଭିଡ଼ କଟକଣା ମଧ୍ୟରେ ଉମର ବଳଦେବଜୀଉ ପୀଠରେ ହନୁମାନ ଜୟନ୍ତୀ ଓ ଚାଳିଶା ପାଠ ଉତ୍ସବ

ମାହାଙ୍ଗା  : ମାହାଙ୍ଗା ବ୍ଲକ ଉମର ଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ବଳଦେବଜୀଉ ଓ ହନୁମାନ ପୀଠ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁଇ ଦିବସ ବ୍ୟାପୀ ହନୁମାନ ଜୟନ୍ତୀ ,ଚାଳିଶା ପାଠ ଉତ୍ସବ ଓ ପଣା ସଂକ୍ରାନ୍ତି ଓଡ଼ିଆ ନବ ବର୍ଷ ଉତ୍ସବ କୋଭିଡ଼ କଟକଣା ମଧ୍ୟରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ପୁରାଣ ପ୍ରସିଦ୍ଧ ନାହଙ୍ଗ ସ୍ଥିତ ତାଳ ପୋଖରୀ ଠାରୁ ଜଳ ଉତ୍ତୋଳନ କରାଯାଇ ମନ୍ଦିର ମଧ୍ୟରେ ଘଟସ୍ଥାପନ କରାଯାଇଥିଲା । ଆଜି ସକାଳୁ ମନ୍ଦିରରେ ବିଧି ପୂର୍ବକ ବିଗ୍ରହଙ୍କର ମାର୍ଜନା ଓ ପୂଜା ଉତ୍ସବ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିସରରେ ପୂଜା ମଣ୍ଡପ ନିକଟରେ ୧୦୮ ଚାଳିଶା ପଠନ କରାଯିବା ସହ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି । ସନ୍ଧ୍ୟାରେ କୋଭିଡ଼ କଟକଣା ହେତୁ ମାତ୍ର ୧୦୮ ଟି ଦୀପ ପ୍ରଜ୍ଵଳନ କରାଯାଇ ଦୀପ ମହାଯଜ୍ଞ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ବଳଦେବଜୀଉ ହନୁମାନ ଟ୍ରଷ୍ଟ ର କର୍ମକର୍ତ୍ତା ଶ୍ରୀ ହନୁମନ୍ତ ଭକ୍ତ ମଣ୍ଡଳୀର ସଭ୍ୟ ସଭ୍ୟା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ହେଉଅଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories