www.samajalive.in
Wednesday, December 10, 2025
26.1 C
Bhubaneswar

ହନୁମାନ ଜୟନ୍ତୀ ; ଜଳନ୍ତା ଅଗ୍ନିରେ ଚାଲି ସମାଜକୁ ନିଆରା ବାର୍ତ୍ତା ଦିଅନ୍ତି ପାଟୁଆ

ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ। ହନୁମାନ ମନ୍ଦିରରେ ଏହି ଦିନ ହୋମ, ଯଜ୍ଞ ଆଦି ହୋଇଥାଏ। ମନ୍ଦିରରେ ପାଣା ପ୍ରସ୍ତୁତ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ।
ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ। ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ ବା ପାଟୁଆ କଣ୍ଟା କିମ୍ବା ଜଳନ୍ତା ଅଗ୍ନିରେ ଚାଲନ୍ତି। ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ, ଏହାକୁ ଝାମୁ ବା ପାଟୁଆ ଯାତ୍ରା ବୋଲି କୁହାଯାଏ। ବ୍ରତଧାରୀମାନେ କଠୋର ତାପ ସହ୍ୟ କରି ସମାଜକୁ ଏକ ନିଆରା ବର୍ତ୍ତା ପ୍ରଦାନ କରିଥାନ୍ତି। ଚଲା ପଥରେ ଯେତେ କଣ୍ଟା ବା କଷ୍ଟ ଆସିଲେ ମଧ୍ୟ ତାହା ସହ୍ୟ କରି ଚାଲିବାକୁ ହୁଏ ବୋଲି ପାଟୁଆମାନେ ସମାଜକୁ ଶିକ୍ଷା ଦେଇଥାନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories