www.samajalive.in
Saturday, December 13, 2025
14.1 C
Bhubaneswar

୨ କୋଟି ଉପଭୋକ୍ତା ଚିନ୍ତାରେ, କେମିତି ବନ୍ଦ କରିବେ ପେଟିଏମ୍ ଫାଷ୍ଟ୍ୟାଗ୍ ଆକାଉଣ୍ଟ ?

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । କିଛି ଲୋକ ନୂଆ ଫାଷ୍ଟ୍ୟାଗ୍ ନେବାକୁ ଯୋଜନା କରୁଛନ୍ତି । ଆଉ କିଛି ଲୋକଙ୍କ ମନରେ ପ୍ରଶ୍ନ କି ସେମାନେ ବ୍ୟବହାର କରୁଥିବା ପୁରୁଣା ପେଟିଏମ୍ ଫାଷ୍ଟ୍ୟାଗ୍ କିଭଳି ବନ୍ଦ କରିବେ । ପ୍ରାୟ ୨ କୋଟି ଉପଭୋକ୍ତା ପେଟିଏମର ଫାଷ୍ଟ୍ୟାଗ୍ ବ୍ୟବହାର କରୁଛନ୍ତି । ଯଦି ଆପଣଙ୍କ ମନରେ ମଧ୍ୟ ଏଭଳି ପ୍ରଶ୍ନ ଆସୁଛି ତେବେ କହିରଖୁଛୁ ଆପଣ ସହଜରେ ନିଜ ଫାଷ୍ଟ୍ୟାଗକୁ ବନ୍ଦ କରିପାରିବେ । ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।

ଆଇଏଚଏମସିଏଲ୍(IHMCL) ତରଫରୁ ୩୨ଟି ବ୍ୟାଙ୍କର ତାଲିକା ଜାରି କରାଯାଇଛି । ଗ୍ରାହକମାନେ କେବଳ ସେହି ବ୍ୟାଙ୍କର ଫାଷ୍ଟ୍ୟାଗ୍ ବ୍ୟବହାର କରିପାରିବେ । ସେହି ତାଲିକାରେ ପେଟିଏମ୍ ନାଁ ନାହିଁ । କିନ୍ତୁ ପୂର୍ବରୁ ଅନେକ ଲୋକ ପେଟିଏମ୍ ଫାଷ୍ଟ୍ୟାଗ୍ ବ୍ୟବହାର କରୁଛନ୍ତି । ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ପାଇଁ ସମୟ ସୀମା ୨୯ ଫେବୃୟାରୀରୁ ବଢାଇ ମାର୍ଚ୍ଚ ୧୫ କରିଦେଇଛି । ଆପଣ ସେହି ତାରିଖ ପର୍ଯ୍ୟନ୍ତ ନିଜ ପେଟିଏମ୍ ଫାଷ୍ଟ୍ୟାଗ୍ ବ୍ୟବହାର କରିପାରିବେ । ଏହା ପରେ କାର୍ଡ ବନ୍ଦ ହୋଇଯିବ । ଆପଣ ମାର୍ଚ୍ଚ ୧୫ ତାରିଖ ପରେ ଫାଷ୍ଟ୍ୟାଗକୁ ରିଚାର୍ଜ କରିପାରିବେନି । ତେବେ ଆପଣ କେମିତି ଏହାକୁ ବନ୍ଦ କରିପାରିବେ ଆସନ୍ତୁ ଜାଣିବା…

- Advertisement -
  • ଆପଣଙ୍କୁ ସର୍ବ ପ୍ରଥମେ ପ୍ରୋଫାଇଲକୁ ଯିବାକୁ ହେବ
  • ଏହା ପରେ ହେଲ୍ପ ଆଣ୍ଡ ସପୋର୍ଟ ଉପରେ କ୍ଲିକ୍ କରିବାକୁ ହେବ
  • ଏବେ ବ୍ୟାଙ୍କିଂ ସର୍ଭିସେଜ୍ ଆଣ୍ଡ ପେମେଣ୍ଟ ବିକଳ୍ପକୁ ଯିବାକୁ ହେବ
  • ଏହା ପରେ ଫାଷ୍ଟ୍ୟାଗକୁ ଯାଇ “Chat with us” ଜରିଆରେ ଚାଟ୍ କରିବାକୁ ହେବ
  • ଏଠାରେ ଆପଣଙ୍କୁ ଡିଆକ୍ଟିଭେସନର ଅନୁରୋଧ କରିବାକୁ ହେବ
  • ଫାଷ୍ଟ୍ୟାଗ୍ ପେଟିଏମ୍ ପୋର୍ଟାଲ ଜରିଆରେ ଲଗ ଇନ୍ କରନ୍ତୁ ଏବଂ ନିଜ ଫାଷ୍ଟ୍ୟାଗ୍ ନମ୍ବର ଦିଅନ୍ତୁ
  • ଏହା ପରେ ପଞ୍ଜୀକୃତ ମୋବାଇଲ ନମ୍ବର ଏବଂ ଜରୁରି ତଥ୍ୟ ଭେରିଫାଏ କରନ୍ତୁ
  • ଏହା ପରେ ହେଲ୍ପ ଆଣ୍ଡ ସପୋର୍ଟକୁ ଚୟନ କରନ୍ତୁ
  • ଏହା ପରେ “I Want to Close My Fastag Profile”  କୁ ଯାଆନ୍ତୁ ଏବଂ ଏହା ପରେ ଫାଷ୍ଟ୍ୟାଗ୍ ବନ୍ଦ ହୋଇଯିବ

ଏହା ପରେ ଆପଣ ଅନ୍ୟ କୌଣସି ବ୍ୟାଙ୍କର ନୂଆ ଫାଷ୍ଟ୍ୟାଗ୍ କାର୍ଡ କିଣି ଏହାକୁ ବ୍ୟବହାର କରିପାରିବେ ।

Hot this week

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

Related Articles

Popular Categories