www.samajalive.in
Sunday, December 14, 2025
16.1 C
Bhubaneswar

କିପରି ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ? ଜଣନ୍ତୁ, ୧୦୬ ବର୍ଷ ପୂର୍ବର ସେହି ଭୟଙ୍କର ଇତିହାସ

ସମାଜ ପୋର୍ଟାଲ ଡେସ୍କ : ଇତିହାସରେ ପ୍ରଥମ ବିଶ୍ବଯୁଦ୍ଧ ବିଷୟରେ ସମସ୍ତେ ପଢିଥିବେ ନିଶ୍ଚୟ। ୧୯୧୪ରୁ ୧୯୧୮ ମସିହରେ ୟୁରୋପ, ଏସିଆ ଏବଂ ଆଫ୍ରିକା ଏହି ତିନି ଦେଶ ମଧ୍ୟରେ ପ୍ରଥମ ବିଶ୍ବଯୁଦ୍ଧ ହୋଇଥିଲା। କିନ୍ତୁ ଏହାକୁ ମୁଖ୍ୟତ ୟୁରୋପର ବିଶ୍ୱଯୁଦ୍ଧ କୁହାଯାଏ। ତେବେ ଆସନ୍ତୁ ଜାଣିବା, ଏହି ଯୁଦ୍ଧକୁ ବିଶ୍ବଯୁଦ୍ଧର ଆଖ୍ୟା କାହିଁକି ଦିଆଗଲା ଏବଂ ବିଶ୍ବ ଉପରେ ଏହାର କ’ଣ ପ୍ରଭାବ ରହିଥିଲା?

ବାସ୍ତବରେ, ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଦେଶର ସଂଖ୍ୟା, ଏହାର ପରିଧି ବା ଯୁଦ୍ଧ ହୋଇଥିବା ସ୍ଥାନ ଏବଂ ଏଥିରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରାଯାଇ ଏହାର ନାମ ବିଶ୍ୱଯୁଦ୍ଧରଖାଯାଇଥିଲା। ପରେ ଏହାକୁ ‘ପ୍ରଥମ ବିଶ୍ବଯୁଦ୍ଧ’ ନାମ ଦିଆଗଲା।

- Advertisement -

କୁହାଯାଏ, ଏହି ବିଶ୍ୱଯୁଦ୍ଧ ସମୟରେ ପୃଥିବୀର ପ୍ରାୟ ଅଧା ଅଂଶ ହିଂସାର ଶିକାର ହୋଇଥିଲା। ପ୍ରାୟ ଏକ କୋଟିରୁ ଅଧିକ ଲୋକ ପ୍ରାଣ ହରାଇ ଥିଲେ ଏବଂ ଦୁଇ କୋଟିରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ବ୍ୟତୀତ ରୋଗ ଏବଂ ପୁଷ୍ଟିହୀନତା ହେତୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଏହି ଯୁଦ୍ଧ ଶେଷ ହେବା ବେଳକୁ ବିଶ୍ବର ଚାରୋଟି ପ୍ରମୁଖ ଦେଶ ରଷିଆ, ଜର୍ମାନୀ, ଅଷ୍ଟ୍ରିଆହଙ୍ଗେରୀ (ହାପ୍ସବର୍ଗ) ଏବଂ ଓସମାନିଆ ବା ତୁର୍କୀ ସାମ୍ରାଜ୍ୟ ଏକ ପ୍ରକାରର ବିନାଶ ହୋଇ ସାରିଥିଲା ବା ବିନାଶ ମୁଖରେ ଥିଲା। ପରେ ୟୁରୋପର ସୀମା ପୁଣି ଥରେ ସ୍ଥିର କରାଯାଇଥିଲା ଏବଂ ସେହି ସମୟରେ ଆମେରିକା ମହାଶକ୍ତି ଭାବେ ବିଶ୍ବରେ ଉଭା ହୋଇଥିଲା।

ପ୍ରଥମ ବିଶ୍ୱଯୁଦ୍ଧ ପାଇଁ କୌଣସି ଗୋଟିଏ ଘଟଣାକୁ ଉତ୍ତରଦାୟୀ ବୋଲି କୁହାଯାଇପାରିବ ନାହିଁ। ୧୯୧୪ ପର୍ଯ୍ୟନ୍ତ ଘଟିଥିବା ବିଭିନ୍ନ ଘଟଣା ଓ ଏହାର କାରଣର ଫଳ ସ୍ବରୂପ ପ୍ରଥମ ବିଶ୍ବଯୁଦ୍ଧ ହୋଇଥିଲା ବୋଲି ବିବେଚନା କରାଯାଏ। ୟୁରୋପର ବୃହତ୍ତମ ଅଷ୍ଟ୍ରିଆହଙ୍ଗେରୀ ସାମ୍ରାଜ୍ୟର ଉତ୍ତରାଧିକାରୀ ବୋସନିଆରେ ଆର୍ଚଡ୍ୟୁକ୍ ଫର୍ଡିନାଣ୍ଡ ଏବଂ ତାଙ୍କ ପତ୍ନୀଙ୍କ ହତ୍ୟା ଘଟଣା ଏହି ଯୁଦ୍ଧର ତତ୍କାଳିନ କାରଣ ବୋଲି କୁହାଯାଏ। ୧୯୧୪ ଜୁନ୍ ୨୮ ରେ ସେମାନଙ୍କର ହତ୍ୟା ହୋଇଥିଲା ଏବଂ ସର୍ବିଆକୁ ଦୋଷୀ ଭାବେ ବିବେଚନା କରାଯାଇଥିଲା। ଏହି ଘଟଣାର ଏକ ମାସ ପରେ ୧୯୧୪ ଜୁଲାଇ ୨୮ରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କରିଥିଲା। ପରେ ବିଭିନ୍ନ ଦେଶ ଏହି ଯୁଦ୍ଧରେ ସାମିଲ ହୋଇଥିଲେ ଏବଂ ଶେଷରେ ଏହା ବିଶ୍ୱଯୁଦ୍ଧର ରୂପ ନେଇଥିଲା।

୧୯୧୮ ନଭେମ୍ବର ୧୧ ତାରିଖରେ ଆନୁଷ୍ଠାନିକ ଭାବେ ଜର୍ମାନୀ ଆତ୍ମସମର୍ପଣ କରିବା ପରେ ଯୁଦ୍ଧ ଶେଷ ହୋଇଥିଲା। ଏହି ଦିନଟିକୁ ପ୍ରଥମ ବିଶ୍ୱଯୁଦ୍ଧର ଶେଷ ଦିନ ମଧ୍ୟ କୁହାଯାଏ। ଏହା ପରେ ୧୯୧୯ ଜୁନ୍ ୨୮ରେ ଜର୍ମାନୀ ଭର୍ସେଲ୍ସ ଚୁକ୍ତିନାମା ସ୍ୱାକ୍ଷର କଲା, ଯାହାକୁ ଶାନ୍ତି ଚୁକ୍ତି ବୋଲି କୁହାଯାଏ। କିନ୍ତୁ ଏଥିପାଇଁ ଜର୍ମାନୀକୁ ଏକ ବଡ ଅଂଶ ହରାଇବାକୁ ପଡିଥିଲା। ଏଥିସହିତ ଅନ୍ୟ ଦେଶ ଉପରେ ଦଖଲ କରିବାକୁ ମଧ୍ୟ ଜର୍ମାନୀକୁ ବାରଣ କରାଯାଇଥିଲା ଏବଂ ସୈନ୍ୟ ବାହିନୀ ସଂଖ୍ୟାକୁ ମଧ୍ୟ ସୀମିତ କରାଯାଇଥିଲା।

କୁହାଯାଏ, ଭର୍ସେଲ୍ସ ଚୁକ୍ତି ଜର୍ମାନୀ ଉପରେ ବାଧ୍ୟତାମୂଳକ ଭାବେ ଥୋପା ଯାଇଥିଲା। ଏହି କାରଣରୁ ହିଟଲର ଏବଂ ଜର୍ମାନୀର ଅନ୍ୟ ଲୋକମାନେ ଏହାକୁ ଅପମାନ ଭାବେ ଗ୍ରହଣ କରିଥିଲେ ଏବଂ ଏହି ଅପମାନ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ପ୍ରମୁଖ କାରଣ ପାଲଟିଥିଲା ବୋଲି ବିଶ୍ୱାସ କରାଯାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories