ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି କରୋନାରେ ସଂକ୍ରମିତ ହୋଇଛନ୍ତି। ଶନିବାର ଏ ନେଇ ଆଫ୍ରିଦି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଆଫ୍ରିଦିଙ୍କ କରୋନା ପଜିଟିଭ୍ ଖବର ଶୁଣିବା ପରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପଡ଼ିଆରେ ଦୁଇ ଖେଳାଳିଙ୍କ ମଧ୍ୟରେ ମତଭେଦ ବେଶ୍ ଜଣାଶୁଣା। ଦୁହେଁ କ୍ରିକେଟରୁ ସନ୍ନ୍ୟାସ ମଧ୍ୟ ନେଇସାରିଛନ୍ତି। ବିଶ୍ୱକପ ୨୦୧୧ ଫାଇନାଲର ହିରୋ ଥିବା ଗୌତମ କହିଛନ୍ତି, ଆଫ୍ରିଦିଙ୍କ ସହିତ ମୋର ରାଜନୈତିକ ମତଭେଦ ଥାଇପାରେ ମାତ୍ର ମୁଁ ପ୍ରାର୍ଥନା କରୁଛି ଯେ ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ।
ଆଫ୍ରିଦିଙ୍କ ଆଶୁ ଆରୋଗ୍ୟ କାମନା କଲେ ଗମ୍ଭୀର
Popular Categories



