www.samajalive.in
Saturday, December 6, 2025
15.1 C
Bhubaneswar

ଶୋଇବା କୋଠରୀ ପାଇଁ ଗୋଲାପୀ ରଙ୍ଗ

ଘରର ରଙ୍ଗ ଘରର ସଦସ୍ୟ ଓ ସେମାନଙ୍କ କାର୍ୟ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଘରର କୋଠରିର ରଙ୍ଗ ବହୁ ପ୍ରଭାବ ବ୍ୟକ୍ତିଙ୍କ ଉପରେ ପକାଇଥାଏ।
ଗୋଲାପୀ – ଏହି ରଙ୍ଗ ହେତୁ ପରିବାରରେ ସୁଖଶାନ୍ତି ବଜାୟ ରହେ। ଏହା ଶୋଇବା କୋଠରୀ ନିମନ୍ତେ ବ୍ୟବହାର କରିବା ଖୁବ ଉତ୍ତମ ଅଟେ।
କମଳା – ଏହି ରଙ୍ଗ ଯେକୌଣସି ଗୃହରେ ବ୍ୟବହୃତ ହୋଇପାରିବ। ଏହି ରଙ୍ଗ ହେତୁ ପରିବାର ମଧ୍ୟରେ ଶାନ୍ତି , ସ୍ନେହ , ସକାରାତ୍ମକ ଭାବନା ଆସିଥାଏ।
ନୀଳ – ଏହି ରଙ୍ଗ ଆକାଶ ଓ ଜଳର ପ୍ରତୀକଅଟେ। ଯେକୌଣସି କାର୍ୟ୍ୟର ଶୁଭାରମ୍ଭ , ସତ୍ୟ , ଆଦି ସକାରାତ୍ମକ କାର୍ୟ୍ୟ ନିମିତ୍ତ ଏହା ପ୍ରୋତ୍ସାହନ କରିଥାଏ। ଶୋଇବା ଗୃହରେ ଏହି ରଙ୍ଗ ହେଲେ ଖୁବ ଶୁଭ ଫଳ ପ୍ରଦାନ ମିଳିିଥାଏ।
ହଳଦିଆ – ଏହି ରଙ୍ଗ ଶାନ୍ତି ଓ ଧୌର୍ୟ୍ୟର ପ୍ରତୀକ ଅଟେ। ପୂଜା ଓ ପାଠ ପଢା ଗୃହ ପାଇଁ ଏହା ଖୁବ ଉତ୍ତମ ଓ ଶୁଭ ଫଳ ଦେଇଥାଏ।
ନାଲି – ଏହି ରଙ୍ଗ ମନରେ ସାହସ ଓ ଶକ୍ତି ଆଣିଥାଏ। ଆପଣ ଶୋଇବା ଘରେ ମଧ୍ୟ ଏହି ରଙ୍ଗ କୁ ବ୍ୟବହାର କରିପାରିବେ।
ବାଇଗଣୀ – ଏହା ପରିବାର ସଦସ୍ୟଙ୍କ ମନରେ ଭଲ ନିଷ୍ପତ୍ତିର ଭାବନା ଆଣିଥାଏ। ଧାର୍ମିକ ଭାବନା ମଧ୍ୟ ଜାଗ୍ରତ କରେ। ଏତଦ୍‍ ବ୍ୟତୀତ ସଦସ୍ୟ ମାନଙ୍କର ମାନସିକ ସ୍ଥିତି ମଧ୍ୟ ଉତ୍ତମ ରହେ। ଏହାକୁ ମଧ୍ୟ ନିଜ ରୁଚି ଅନୁଯାୟୀ ସବୁ ଗୃହରେ ବ୍ୟବହାର କରିପାରିବେ।
ଶାଗୁଆ – ଏହି ରଙ୍ଗ ପ୍ରକୃତିର ରଙ୍ଗ ଅଟେ। ଏହି ରଙ୍ଗ ହେତୁ ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହେ। ଘରେ ଭଲ ଶାନ୍ତିର ବାତାବରଣ ରହେ। ପଢା ଘରେ ଏହି ରଙ୍ଗକୁ ବ୍ୟବହାର କଲେ , ଖୁବ ଭଲ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories