www.samajalive.in
Saturday, December 6, 2025
19.1 C
Bhubaneswar

ଟେମ୍ପୁ ଧକ୍କାରେ ବସ ଚାଳକ ମୃତ

ଚିକିଟି : କେ ନୂଆଗାଁ ଥାନା ଅନର୍ଗତ ଚୂଡ଼ଙ୍ଗପୁର ନିକଟରେ ଏକ ଟେମ୍ପୁ ଧକ୍କାରେ ବସ ଚାଳକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଆଜି ଭୋରରେ ଭୁବନେଶ୍ୱରରୁ ଚିକିଟି ଆସୁଥିବା ମହାଲକ୍ଷ୍ମୀ ବସ୍ ଦେଓଖାଲି ନିକଟ ଚୂଡ଼ଙ୍ଗପୁର ନିକଟରେ କୌଣସୀ କାରଣରୁ ଅଟକିଥିଲା ଓ ଚାଳକ ତଳକୁ ଓହ୍ଲାଇ ଥିଲେ । ସେତିକିବେଳେ ସେହି ରୁଟରେ ଟେମ୍ପୁ ଟି ବସର ପଛକୁ ଦ୍ରୁତ ଗତିରେ ଆସି ଧକ୍କା ଦେଇ ଭାରସାମ୍ୟ ହରାଇ ଚାଳକଙ୍କୁ ଧକା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଚାଳକଙ୍କ  ମୃତ୍ୟୁ ହୋଇଥିଲା । ମୃତକ ନୟାଗଡ଼ ଜିଲା ଦେଉଳି ଗାଁର ସତ୍ୟବାଦୀ ସାହୁ ( ୪୫)  ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ କେ ନୂଆଗାଁ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହ ଟେମ୍ପୁ ଚାଳକକୁ ଅଟକ ରଖିଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories