www.samajalive.in
Saturday, December 6, 2025
26.1 C
Bhubaneswar

ସିଲ ହେଲା ହୋଟେଲ ସିଲଭର ମୁନ : ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ନିୟମକୁ ଉଲ୍ଲଙ୍ଘନ

ବୁର୍ଲା : ଅନେକ ଛକାପଞ୍ଜା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରିଥିବା ସତ୍ୱେ ଖୁଲ୍ଲମଖୁଲ୍ଲା ଭାବରେ ବୁର୍ଲା ଆମ୍ବସଢ଼ା କଣ୍ଟାପାଲି ନିକଟରେ ରହିଥିବା ସିଲଭର ମୁନ ହୋଟେଲ ତାର ବ୍ୟବସାୟ ଅନାୟାସରେ ଚଳାଇ ଆସୁଥିଲା। ଏହାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ହୋଟେଲକୁ ସିଲ କରିଦିଆ ଯାଇଛି। ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକୁ ଖୋଲା ଖୋଲି ଭାବେରେ ଉଲ୍ଲଘଂନ କରିବାକୁ ନେଇ ଗତ ୧ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ହୋଟେଲ ସିଲଭର ମୁନକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ମାତ୍ର ହୋଟେଲ ମାଲିକଙ୍କ ଲମ୍ବା ଲିଙ୍କ ହେଉ ବା ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅନୁକମ୍ପା ଯୋଗୁଁ ହୋଟେଲଟି ବନ୍ଦ ହୋଇ ପାରୁ ନ ଥିଲା। ଗୁରୁବାର ହୋଟେଲ ପରିସରରେ ଏକ ବିବାହ ଭୋଜି କାର୍ଯ୍ୟକ୍ରମ ଚାଲିଥିବା ସୂଚନା ପାଇବା ପରେ ବିଭିନ୍ନ ମହଲରୁ ଏହାକୁ ନେଇ ଆପତ୍ତି ଅଭିଯୋଗ ଉଠିଥିଲା। ଅଭିଯୋଗ ପରେ ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ ଓ ତହସିଲଦାର ଲକ୍ଷ୍ମଣ ଅମାତଙ୍କ ସମେତ ବୁର୍ଲା ଆମ୍ବସଢ଼ା କଣ୍ଟାପାଲିର ରାଜସ୍ୱ ଅଧିକାରୀ ହରିବଂଶ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ହୋଟେଲକୁ ସିଲ କରିବା ବ୍ୟବସ୍ତା କରିଥିଲେ। ହୋଟେଲର ବିଦ୍ୟୁତ ସରବରାହ ଓ ଜଳ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ସେପଟେ ହୋଟେଲ ପରିସରରେ କୋଭିଡ ନିୟମକୁ ଉଲ୍ଲଘଂନ କରି ଭୋଜି ଭାତ ଚାଲିିଥିବା ମଧ୍ୟ ଦେଖିବାକୁ ମିଳିଥିଲା ଖୋଲାଖୋଲି ଭାବରେ ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇ ଏହି ବ୍ୟୟବହୁଳ ହୋଟେଲ ଚାଲିଥିôଲା। ଏପରିକି କେତକ ଜମିକୁ ଜବରଦଖଲ କରି ନିର୍ମାଣ କରାଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ ଏହାକୁ ନେଇ କେତେକ ଗ୍ରାମବାସୀ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରି ଚାଲିଛନ୍ତି।
ବୁର୍ଲା ଆମ୍ବସଢ଼ା କଣ୍ଟାପାଲିସ୍ଥିତ ସିଲଭର ମୁନକୁ ବନ୍ଦ କରିବାକୁ ଗତ ୧ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ନିୟମକୁ ନେଇ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ ଏହି ହୋଟେଲର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆ ଯାଇଥିଲା। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଆହେତୁକ ଅନୁକମ୍ପା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପକ୍ଷରୁ ବନ୍ଦ ନିର୍ଦ୍ଦେଶ ଦିଆଯିବା ସତ୍ୱେ ମଧ୍ୟ ଏହି ହୋଟେଲ ଖୋଲା ରହୁଥିବା ଅଭିଯୋଗ ହୋଇଥିଲା। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେଉ ନ ଥିଲା ଫଳରେ ନିତିଦିନ ହୋଟେଲରେ ପାର୍ଟି ଚାଲୁଥିଲା ଓ ବାରରେ ମଧ୍ୟ ଭିଡ ବି ଜମୁଥିଲା। ସବୁଠାରୁ ଗୁରୁ୍‍ତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ମସିହାରୁ ହୋଟେଲଟି ବେଆଇନ ଭାବେ ଚାଲି ଆସିଥିଲା ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯିବା ପରେ ବି ହୋଟେଲ ପ୍ରତି ପ୍ରଶାସନର ଅନୁକମ୍ପା ଜାରି ରହିଥିଲା। ହୋଟେଲର ମାଲିକଙ୍କ ଲମ୍ବାହାତ ଥିବାରୁ ନିଜ ଲିଙ୍କରେ ସେ ଅନାୟାସରରେ ବ୍ୟବସାୟ କରି ଚାଲିଥିଲେ। ଏହି ନାମୀଦାମୀ ହୋଟେଲ କୌଣସି ନୟମ ପ୍ରତି କୌଣସି ଧ୍ୟାନ ଦିଆ ନ ଯାଇ ଅନାୟାସରେ ଚାଲିଥିଲା। ହୋଟେଲରୁ ନିର୍ଗତ ହେଉଥିବା ଜଳ ଓ ବର୍ଜ୍ୟବସ୍ତୁ ମାନଙ୍କ ସଠିକ ଭାବରେ ବିଶୋଧିତ କରା ନ ଯାଇ ବାହାରକୁ ଛାଡ଼ି ଦିଆ ଯାଉଥିବା ଅଭିଯୋଗ ହୋଇଆସୁଥିଲା। ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡ ପଦକ୍ଷେପ ଗ୍ରହଣ କରି ଗତ ୧ ତାରିଖରେ ହୋଟେଲ ମାଲିକ ମମତା ଚୌଧୁରୀଙ୍କୁ ଏକ ଏହି ବାଦରେ ନୋଟିସ ମଧ୍ୟ ଜାରି କରିଥିଲେ।

ହୋଟେଲ ନିଜର ବର୍ଜ୍ୟ ଜଳକୁ ବିଶୋଧନ ନ କରି ସିଧାସଳଖ ଗ୍ରାମବାସୀଙ୍କ ଜମିକୁ ଛାଡୁଥିବା ସହ ବର୍ଜ୍ୟବସ୍ତୁକୁ ଖୋଲାରେ ଫିଙ୍ଗୁଥିବା ଅଭିଯୋଗ ହୋଇଥିଲା। ଯାହାକି ୨୦୧୭ ମସିହାରେ ବେଶ ଚର୍ଚ୍ଚାର ବିଷୟ ପାଲଟିବା ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହୋଟେଲ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ମାତ୍ର ଉତ୍ତର ସନ୍ତୋଷଜନକ ନ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ତେବେ ବୋର୍ଡ ପକ୍ଷରୁ ଅବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବେଳେ ଏବେ ବାକି କାମ ଜିଲ୍ଲା ପ୍ରଶାସନର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ସେପଟେ ହୋଟେଲ ନିର୍ମାଣ ସମୟରେ କିଛି ଜମିକୁ ଜବରଦଖଲ କରି ନିର୍ମାଣ କରିଥିବା ନେଇ ମଧ୍ୟ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏହି ଜମିକୁ ଚିହ୍ନଟ କରାଯାଇ ପାରିଲେ ଅସଲ ରହସ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ଯୋର ଧରିଛି। ସେପଟେ ବିଳମ୍ବରେ ହେଉ ପଛକେ ଜିଲ୍ଲା ପ୍ରଶାସନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ତତ୍ପରତା ଦେଖାଇ ପଦକ୍ଷେପ ନେଇଛନ୍ତି। ଆଗକୁ ଏହି ଘଟଣା କି ମୋଡ଼ ନେଉଛି ଏହା ଉପରେ ସମସ୍ତଙ୍କ ନଜର।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories