www.samajalive.in
Saturday, December 6, 2025
26.1 C
Bhubaneswar

ଆବାସ ଯୋଜନାରେ ପଶ୍ଚିମାଞ୍ଚଳକୁ ଉପେକ୍ଷା ଅଭିଯୋଗ : ବିଜେପିର ଆରଡିସି କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାନ୍ୱୟନରେ ପଶ୍ଚିମ ଓଡ଼ିଶା ପ୍ରତି ପାତର ଅନ୍ତର ନିତି ଏବଂ ରାଜ୍ୟରେ ଏହି ଯୋଜନାରେ ବ୍ୟାପକ ଅନିମିୟତତା ଓ ଦୁର୍ନିତୀ ହୋଇଥିବା ଭାରତୀୟ ଜନତା ଦଳ ଅଭିଯୋଗ କରିଛି। ପଶ୍ଚିମାଞ୍ଚଳ ପ୍ରତି କରାଯାଇଥିବା ଅବହେଳାର ବିରୋଧରେ ବିଜେପି ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ତୀବ୍ର ବିରୋଧ ପ୍ରଦର୍ଶନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ସମସ୍ତ ଗରିବ ମାନଙ୍କୁ ପକ୍କା ଘର ଗୋଟିଏ ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆରମ୍ଭ କରିଥିବା ବେଳେ ଏହି ଯୋଜନାକୁ ଓଡ଼ିଶାରେ କାର୍ଯ୍ୟାନ୍ୱୟନରେ ଅନିୟମିତତା, ଭ୍ରଷ୍ଟାଚାର ଓ ପାତର ଅନ୍ତ ନିତି ଅବଲମ୍ବନ କରାଯାଉଛି।

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ସାମିଲ କରିବା ରାଜ୍ୟ ସରକାର ଦାଖଲ କରିଥିବା ତାଲିକାରେ ପଶ୍ଚିମାଞ୍ଚଳକୁ ସମ୍ପୁର୍ଣ୍ଣ ଅବହେଳା କରାଯାଇଛି। ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପିର ସାଂସଦ ଓ ବିଧାୟକ ବିଜୟ କରଛନ୍ତି, ସେହି ଅଞ୍ଚଳରେ ରାଜ୍ୟ ସରାକର ନିଜର ରାଜନୈତିକ ଶତ୍ରୁତାର ଜ୍ୱଳନ୍ତ ଉଦାହରଣ ପ୍ରସ୍ତୁତ କରିଛନ୍ତି। ପଶ୍ଚିମ ଓଡ଼ିଶାର ୯ଟି ଜିଲାରେ ହିତାଧିକାରୀଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ ଦେବଗଡ଼ ଜିଲାରେ ୧୧୧ ଏବଂ ଝାରସୁଗୁଡା ଜିଲାରେ ମାତ୍ର ୪ ଜଣ ହିତାଧିକାରୀଙ୍କ ନାମ ତାଲିକାରେ ରହିଛି। କେନ୍ଦ୍ର ସରକାର ଓଡ଼ିଶାରେ ଗରିବଙ୍କ ପାଇଁ ୨୯.୯୧ ଲକ୍ଷ ପକ୍କା ଘର ପାଇଁ ସହାୟତା ପ୍ରଦାନ କରି ସାରିଥିବା ବେଳେ ଏବେ ଦେଶରେ ଦ୍ୱିତୀୟ ସର୍ବାଧିକ ୮.୧୭ ଲକ୍ଷ ଘର ପାଇଁ ଅନୁଦାନ ଦେବା ପାଇଁ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କେନ୍ଦ୍ର ସରକାର କରିଛନ୍ତି। ଏତେ ଘର ଓଡ଼ିଶା ପାଇଁ ଦେଇଥିବା ବେଳେ ପଶ୍ଚିମ ଓଡ଼ିଶାରୁ ମାତ୍ର ୧୧୫ ଜଣ ହିତାଧିକାରୀ ତାଲିକାରେ ସୂଚୀବଦ୍ଧ ହେବା ଆଶ୍ଚର୍ଯ୍ୟଜନକ ଓ ଚିନ୍ତାଜନକ ବିଷୟ ଅଟେ। ପଶ୍ଚିମ ଓଡ଼ିଶାରେ ଲକ୍ଷ ଲକ୍ଷ ଗରିବ ପରିବାର ଚାଳ ଛପର ଘରେ ରହୁଥିବା ବେଳେ ବିଗତ ଦିନରେ ଲକ୍ଷ ଲକ୍ଷ ଲୋକ ଆବାସ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରି ଯୋଗ୍ୟ ବିବେଚିତ ମଧ୍ୟ ହୋଇଛନ୍ତି। କିନ୍ତୁ ସରକାରୀ ବାବୁ ମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଅଞ୍ଚଳର ଗରିବ ଜନତାଙ୍କୁ ଜନକଲ୍ୟାଣକାରୀ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି। ଏଣୁ ଏହି ଯୋଜନାରେ ହୋଇଥିବା ତ୍ରୁଟିକୁ ତୁରନ୍ତ ସୁଧାରିବା ସହିତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ସାମିଲ ପାଇଁ ବିଜେପି ଦାବି କରିଛି। ଏହା ସହିତ ଏଥି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

- Advertisement -

ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପ ସଭାପତି ନାଉରୀ ନାୟକ ସଭାପତିତ୍ୱ କରିବା ସହ ଏହାକୁ ପରିଚାଳନା କରିଥିଲେ। ଏଥିରେ ସମ୍ବଲପୁର ସାଂସଦ ନିତିଶ ଗଙ୍ଗଦେବ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ, ଲୁଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସାଧାରଣ ସମ୍ପାଦକ ରବି ନାଏକ, ଟଙ୍କଧର ତ୍ରିପାଠୀ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର, ସୁରେଶ୍ୱର ଶତପଥି, ସନତ ଗଡ଼ତିଆ, ରାଧେଶ୍ୟାମ ବାରିକ, ଦିନେଶ ଜୈନ, ଜିଲା ସଭାପତି ସମ୍ବଲପୁର ଗିରିଶ ପଟେଲ, ପ୍ରମୋଦ ମହାପାତ୍ର, ଶିବାଜୀ ମହାନ୍ତି, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଓମ ପ୍ରକାଶ ମିଶ୍ର, ବିଶ୍ୱଜିତ ଷଡଙ୍ଗୀ, ମାନସ ରଞ୍ଜନ ବକ୍ସୀ, ସଞ୍ଜୟ ଷଡଙ୍ଗୀ, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories