www.samajalive.in
Saturday, December 6, 2025
15.1 C
Bhubaneswar

ଗୁଜରାଟ ପରେ ଏବେ ଲକ୍ଷ୍ନୌରେ ଏକାଧିକ ହୋଟେଲକୁ ବୋମା ଧମକ

ଲକ୍ଷ୍ନୌ : ଗୁଜରାଟ ପରେ ଏବେ ଲକ୍ଷ୍ନୌର ହୋଟେଲକୁ ମଧ୍ୟ ବୋମାରେ ଉଡାଇ ଦେବାର ଧମକ ମିଳିଛି । ମେଲ୍ ପଠାଇ ହୋଟେଲକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି । ଏହି ମେଲ୍ ହୋଟେଲ ଫର୍ଚ୍ୟୁନ, ହୋଟେଲ ଲେମନ ଟ୍ରି, ହୋଟେଲ ମ୍ୟାରିୟଟ୍ ସମେତ ଅନେକ ହୋଟେଲକୁ ଆସିଛି । ମେଲକୁ ନେଇ ହୋଟେଲ ସଞ୍ଚାଳୟ ପୁଲିସକୁ ସୂଚନା ଦେଇଛନ୍ତି । ଏହା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି । ଡଗ୍ ସ୍କ୍ବାଡ୍ ଓ ବୋମା ନିରୋଧକ ଦଳ ହୋଟେଲରେ ପହଞ୍ଚି ଯାଞ୍ଚ କରିଛନ୍ତି । ଏପର୍ଯ୍ୟନ୍ତ କିଛି ଜଣାପଡିନି ।

ହୋଟେଲକୁ ମିଳିଥିବା ମେଲ୍ ଅନୁସାରେ ‘ଆପଣଙ୍କ ହୋଟେଲର ଗ୍ରାଉଣ୍ଡ୍ ଫ୍ଲୋରରେ କଳା ବ୍ୟାଗରେ ବୋମା ଥୁଆଯାଇଛି । ମୋତେ ୫୫ ହଜାର ଡଲାର ନଦେଲେ ତାହା ବିସ୍ଫୋରଣ ହେବ । ବୋମାକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କଲେ ତାହା ବିସ୍ଫୋରଣ ହେବ ।’ ତେବେ ଏନେଇ ଯାଞ୍ଚ ଚାଲିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories