www.samajalive.in
Saturday, December 6, 2025
26.1 C
Bhubaneswar

ଆପଣ ବି ଗରମ ପାଣିରେ ଗାଧୋଇବାରେ ଅଭ୍ୟସ୍ତ କି? ହୋଇଯାଆନ୍ତୁ ସାବଧାନ!

ପ୍ରାୟତଃ ବହୁତ ଲୋକ ପ୍ରତ୍ୟେକ ଦିନ ଗରମ ପାଣିରେ ଗାଧୋଇ ଥାଆନ୍ତି। ବିଶେଷ କରି ଶୀତ ଦିନେ ଗରମ ପାଣିରେ ଗାଧୋଇବାକୁ ଲୋକେ ପସନ୍ଦ କରନ୍ତି। ଏଥିସହିତ କିଛି ଲୋକ ଗରମ ପାଣିରେ ଗାଧୋଇବା ଭଲ ବୋଲି ଭାବି ଦୈନିକ ଏହାର ବ୍ୟବହାର କରିଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଗରମ ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦିବି ଗରମ ପାଣିରେ ସ୍ନାନ କରୁଛନ୍ତି, ତେବେ ଏହି ପାଣିର ତାପମାତ୍ରା ୩୨ଡିଗ୍ରୀ ସେଲସିୟସ୍ ହେବା ଉଚିତ୍। ଯଦି ଏହାଠାରୁ ଅଧିକ ଗରମ ପାଣିରେ ଗାଧୋଇବେ ତେବେ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ତେବେ ଚାଲନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରର କ’ଣ କ୍ଷତି ହୋଇଥାଏ –

-ତ୍ୱଚାର ଚମକ କମି ଯାଇଥାଏ : ଗରମ ପାଣିରେ ଗାଧୋଇବା ଫଳରେ ତ୍ୱଚାର ଆର୍ଦ୍ରତା କମି ଯାଇଥାଏ। ଫଳରେ ତ୍ବଚାର ଚମକ ହ୍ରାସ ପାଇଥାଏ।

- Advertisement -

-ତ୍ୱଚା ସଂକ୍ରମଣ ହୋଇଥାଏ : ଗରମ ପାଣିରେ ଗାଧୋଇବା ଦ୍ବାରା ତ୍ବଚା ସଂକ୍ରମଣର ଆଶଙ୍କା ମଧ୍ୟ ଥାଏ।

-ଚର୍ମ କୁଞ୍ଚନ ସମସ୍ୟା : ଗରମ ପାଣିରେ ଗାଧୋଇବା ଫଳରେ ତ୍ବଚାର ଟିସୁକୁ କ୍ଷତି ପହଞ୍ଚିଥାଏ। ଏହାଦ୍ବାରା ବୟସ ପୂର୍ବରୁ ତ୍ବଚାରେ ଚର୍ମକୁଞ୍ଚନ ସମସ୍ୟା ଦେଖାଦେଇଥାଏ।

-କେଶ ସମସ୍ୟା : ଗରମ ପାଣିରେ କେଶ ଧୋଇଲେ କେଶର ଆର୍ଦ୍ରତା କମିଯାଇଥାଏ। ଯାହା ଦ୍ବାରା କେଶ ଶୁଷ୍କ ହୋଇଯାଇଥାଏ। କେଶର ମୂଳ ଶୁଖିଯିବା ଫଳରେ ଚୁଟି ଝଡ଼ିବା ସହ ରୂପି ସମସ୍ୟା ମଧ୍ୟ ଦେଖା ଦେଇଥାଏ।

-ନଖ ପାଇଁ କ୍ଷତିକାରକ : ଗରମ ପାଣିରେ ଗାଧୋଇବା ଦ୍ବାରା ଗୋଡ଼ ଏବଂ ହାତର ନଖରେ କ୍ଷତି ପହଞ୍ଚିଥାଏ। ଏହାଦ୍ବାରା ନଖ ଫାଟିଥାଏ, ସଂକ୍ରମଣ ଏବଂ ଆଖପାଖର ଚର୍ମ ଫାଟିବା ସମସ୍ୟା ଦେଖାଯାଇଥାଏ।

-ଆଖି ପାଇଁ କ୍ଷତିକାରକ : ଗରମ ପାଣିରେ ଗାଧୋଇଲେ ଆଖିର ଆର୍ଦ୍ରତା ମଧ୍ୟ କମିଯାଇଥାଏ। ଏହା ଦ୍ବାରା ଆଖି ଲାଲ ହୋଇ କୁଣ୍ଡେଇ ହୋଇଥାଏ ଓ ଆଖିରୁ ପାଣି ବହିଥାଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories