ମଙ୍ଗଳବାର ରାଶିଫଳ (୦୩.୧୦.୨୦୨୩)

ମେଷ : ପ୍ରଜ୍ଞାଶୀଳ ହୋଇପାରନ୍ତି। ନୀତିନିଷ୍ଟ ହେବେ। ଶିକ୍ଷାବିତ୍‌ଭାବେ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ। ବିଦେଶୀ ଧନଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ସାମୟିକ କ୍ରୋଧୀ ହେବେ।

ବୃଷ : ରାଜନୀତି ସହିତ କୂଟନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ବେଳେବେଳେ ଶ୍ବଶୁର ଘର ତରଫରୁ ସହାୟତା ମିଳିପାରେ। ଧର୍ମ କ୍ଷେତ୍ରକୁ ଯାତ୍ରା କରିପାରନ୍ତି। ସମ୍ମାନ ଓ ଧର୍ମ ବୃଦ୍ଧିର ସୂଚନା ମିଳୁଛି।

ମିଥୁନ : ଯଶସ୍ବୀ ହେବେ। ବିପଦ ଯେତେ ଭୟଙ୍କର ହେଲେ ବି ଧୈର୍ଯ୍ୟଚ୍ୟୁତ ହେବେ ନାହିଁ। ପତ୍ନୀ ଗୃହନିପୁଣା ହେବେ। ଭାଇ ଭଉଣୀଙ୍କ ପାଇଁ ସୁଖୀ ହେବେ। ଦେବୀ ଭକ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

କର୍କଟ : ସୁସ୍ଥ ଓ ନିରାମୟ ରହିବେ। ପରୋପକାରୀ, ଶତ୍ରୁ ବିନାଶକ ହେବେ। ଅନୁସନ୍ଧାନକାରୀ ହେବେ। ଭୂତତ୍ତ୍ବ ଓ ଖଣି ବିଭାଗରେ ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରନ୍ତି। ଆଜି ଦିନଟି ସତର୍କରେ ଚଳିବାକୁ ପଡ଼ିବ।

ସିଂହ : ବିବାହ ବିଳମ୍ବ ହୋଇପାରେ; ମାତ୍ର ପତ୍ନୀ ଆଜ୍ଞାକାରିଣୀ ଓ ସେବିକା ମନୋଭାବର ହୋଇପାରନ୍ତି। ଜୀବନ ଜଞ୍ଜାଳମୟ ଓ ସୁଖପୂର୍ଣ୍ଣ ହେବେ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ପ୍ରାପ୍ତ ହେବେ। ଧାର୍ମିକ ହେବେ।

କନ୍ୟା : ଶତ୍ରୁ ଦମନ କରି ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। କର୍ମବୀର ହୋଇପାରନ୍ତି। ଈଶ୍ବର ବିଶ୍ବାସୀ, ଧର୍ମାତ୍ମା ଓ ପୁଣ୍ୟପ୍ରଭା ସମ୍ପନ୍ନ ହେବେ।

ତୁଳା : ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଉଚ୍ଚଶିକ୍ଷା ଡିଗ୍ରୀଧାରୀ ହୋଇପାରନ୍ତି। ପିତୃଭକ୍ତ ହେବେ। ଶ୍ବଶୁର ଘରଠାରୁ ସାହାଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଜଳଯାତ୍ରା ନ କରିବା ଭଲ।

ବିଛା : ଧନବାନ୍‌ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ବିଚାର ବିଭାଗରେ ଚାକିରି କରିପାରନ୍ତି। ପରାକ୍ରମୀ ହେବେ। ପିତୃ-ମାତୃ ଭକ୍ତ ହେବେ। ପୈତୃକ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁଖସମୃଦ୍ଧିଯୁକ୍ତ ହେବେ।

ଧନୁ : ପରୋପକାରୀ, ଧାର୍ମିକ, ବିତ୍ତବାନ୍‌ ଓ ଆୟୁଷ୍ମାନ୍‌ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ନିର୍ବାଚନର ଫଳାଫଳ ସପକ୍ଷରେ ଯାଇପାରେ। ବିଦ୍ୟାରେ ଶ୍ରେଷ୍ଠତ୍ବ ଓ ପ୍ରଯତ୍ନଶୀଳ ହେବେ।

ମକର : ଶ୍ରମ କାତର ହେବେ ନାହିଁ। ପରିଶ୍ରମର ମୂଲ୍ୟ ମିଳିବ। କଥାବାର୍ତ୍ତା ଓ ମାମଲତି ଜୋର୍‌ଦାର ହେବା ସୂଚନା ମିଳୁଛି। ଧର୍ମ ବିଶ୍ବାସୀ ହେବେ। ପାପପୁଣ୍ୟ ବାଖ୍ୟା କାରକ ହୋଇପାରନ୍ତି। ସର୍ବଦା ଚିନ୍ତିତ ରହିବେ।

କୁମ୍ଭ : ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଆୟୁଷ୍ମାନ୍‌ ହେବେ। ରାଜନୀତିଜ୍ଞ ହୋଇପାରନ୍ତି। ଶତ୍ରୁ ନାଶକାରୀ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। ମହାନ୍‌ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ।

ମୀନ : ପ୍ରଭାବଶାଳୀ ହୋଇପାରନ୍ତି। ଗୁପ୍ତ ବିଦ୍ୟାରେ ଜ୍ଞାନୀ ହୋଇପାରନ୍ତି। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆତ୍ମବିଶ୍ବାସୀ ହେବେ। ସର୍ବତ୍ର ବିଜୟୀ ହେବେ।

Comments are closed.