ଗୁରୁବାର ରାଶିଫଳ ୦୭.୦୭.୨୦୨୨

ମେଷ: ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ବାକ୍‌ ପ୍ରାଣଶକ୍ତି ଓ ସ୍ମରଣଶକ୍ତିକୁ ଉଦ୍‌ଜୀବିତ କରି ରଖିବା ଶୁଭକାର୍ଯ୍ୟ କରଣୀୟ।
ବୃଷ: ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନସନ୍ତତି ଲାଭର ସୂଚନା ମିଳୁଛି। କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି।
ମିଥୁନ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଶ୍ରମ ଯେତେ କଠିନ ହେଲେ ବି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବେ ଓ ତା’ର ମୂଲ୍ୟ ମିଳିବ। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହେବେ।
କର୍କଟ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ ଓ ସଞ୍ଚୟାଭିମୁଖୀ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଲକ୍ଷ ହାସଲ କରିବାରେ ସିଦ୍ଧହସ୍ତ ହେବେ। ନିରାକାର ସ୍ବରୂପର ବ୍ରହ୍ମବେତ୍ତା ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ।
ସିଂହ: ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। କାର୍ଯ୍ୟର ସଫଳତା ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ତ୍ୟାଗପୂତ ମନବୃତ୍ତିର ହେବେ। ସହିଷ୍ଣୁ ହୋଇପାରନ୍ତି।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେତୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛା ବାର୍ତ୍ତା ଆସିପାରେ। ମିଷ୍ଟାନ୍ନରେ ନିଜେ ଆପ୍ୟାୟିତ ହେବା ସହିତ ଶୁଭେଚ୍ଛୁ ଓ ଆଶାୟୀମାନଙ୍କୁ ଆପ୍ୟାୟିତ କରିପାରନ୍ତି। ଆୟ ଆଶାନୁରୂପ ହେବ। ସୁସ୍ଥ ରହିବେ।
ତୁଳା: ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। ମଧୁର ଭାଷା ଓ ଭଦ୍ରୋଚିତ୍ତ ବ୍ୟବହାରରେ ଶତ୍ରୁକୁ ଉଦାନତ କରିପାରନ୍ତି। ଭ୍ରମଣ ବୃଥା ହୋଇପାରେ। ବହୁ ବ୍ୟୟର ସମ୍ମୁଖୀନ ହେବେ।
ବିଛା: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନଗରିମା ବଳରେ ପ୍ରତ୍ୟେକ କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।
ଧନୁ: ଜ୍ଞାନର ପ୍ରଦୀପ ପ୍ରଜ୍ବଳିତ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ।
ମକର: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ପାରିବାରିକ ସୁଖ ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ।
କୁମ୍ଭ: ସତ୍ୟ ପ୍ରତିଜ୍ଞ ସମ୍ପନ୍ନ ହେବେ। ଧୈର୍ଯ୍ୟ ଓ ସାହସର ସହିତ ସୃଷ୍ଟି ହେଉଥିବା ଅସୁବିଧାର ସୁଧାର ଆଣିପାରନ୍ତି। ଶାଣିତ ସାହିତ୍ୟ ରଚନା କରିବାରେ ପାରଙ୍ଗମ ହେବେ। ସତର୍କରେ ଚଳିବେ।
ମୀନ: ସତ୍ୟବାଦୋ ଦୃଢ଼ବ୍ରତ ଆରଚଣ କରିପାରନ୍ତି। ଦୟାଳୁ ଓ ସମ୍ୟକ ତତ୍ତ୍ବଦର୍ଶୀ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖଦାୟକ ହେବ। ସତ୍‌ସଙ୍ଗୀ ହେବେ। ବନ୍ଧୁମିଳନରେ ସମ୍ମାନିତ ହେବେ।

Comments are closed.