ଭଲରେ କଟିବ ଏ ସପ୍ତାହ (ଫେବୃଆରୀ ୧୮-୨୪)

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ପରିଲକ୍ଷିତ ହେବ। ମଙ୍ଗଳବାର ଓ ବୁଧବାର ଆନନ୍ଦ ଚିତ୍ତ ହେବେ। ଶତ୍ରୁକୁ ପରାସ୍ତ କରିବେ। ଆୟ ବୃଦ୍ଧି ହେବ। ଗୁୁରୁବାର ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଦେବ ଦର୍ଶନରେ ଆନନ୍ଦ ଲାଭ କରିବେ। ଶନିବାର ମଧ୍ୟମଫଳ ପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କୁ ପୂଜା କରନ୍ତୁ।
ବୃଷ: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ପରିଭ୍ରମଣ ଯୋଗ ସୃଷ୍ଟି ହେବ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ବାକ୍‌ ସଂଯମତା ରକ୍ଷା କରନ୍ତୁ। ଶନିବାର ଭାଗ୍ୟ କିଛିଟା ଅନୁକୂଳ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମଙ୍ଗଳବାର ଓ ବୁଧବାର ଆୟ ବୃଦ୍ଧି ହେବ। ଯଶ, ମାନ ଓ ଗୌରବ ପ୍ରାପ୍ତ ହେବ। ଗୁରୁବାର ଓ ଶୁକ୍ରବାର କର୍ମପ୍ରବଣତା ପ୍ରକାଶିତ ହେବ। ନୂତନ ବ୍ୟବସାୟ ଆରମ୍ଭ କରିବେ। ଶନିବାର ପରିଶ୍ରମ ଜନିତ କ୍ଳାନ୍ତି ଅନୁଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଚିନ୍ତିତ ରହିବେ। ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟସିଦ୍ଧି ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ୍‌ ହେବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ଯାତ୍ରାଜନିତ କ୍ଳାନ୍ତି ଅନୁଭୂତ ହେବ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ଆଘାତ ପ୍ରାପ୍ତ ହେବେ। ଗୁରୁବାର ଓ ଶୁକ୍ରବାର ବନ୍ଧୁମାନଙ୍କ ସହଯୋଗ ଲାଭ ହେବ। ଶନିବାର ସଫଳତା ଲାଭ କରିବେ। ପରମ୍ପରାବାଦୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଶତ୍ରୁ ଉପରେ ବିଜୟ ଲାଭ କରିବେ। ମଙ୍ଗଳବାର ଓ ବୁଧବାର ପ୍ରସନ୍ନଚିତ୍ତ ହେବେ। ଦୂରଯାତ୍ରା କରିପାରନ୍ତି। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶନିବାର କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କଟିବ। ମଙ୍ଗଳବାର ଓ ବୁଧବାର ସମୟର ସଦୁପଯୋଗ କରି​‌େ​‌ବ। ପଦୋନ୍ନତି ମିଳିପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପ୍ରଗତିଶୀଳ ହେବେ। ନୂତନ ନିଯୁକ୍ତି ମିଳିପାରେ। କାର୍ଯ୍ୟରେ ଦକ୍ଷତା ଯୁକ୍ତ ହେ​‌େ​‌ବ। ମହିଳା ଓ ବିଦ୍ୟାର୍ଥୀ ପାରିବାରିକ ଶାନ୍ତି ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ମନ୍ତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ମଙ୍ଗଳବାର ଓ ବୁଧବାର ସଫଳତା ଲାଭ କରିବେ। ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ୍‌ ହେବେ। ଦୂରଯାତ୍ରା କରିପାରନ୍ତି। ସାମାଜିକ ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ପ୍ରତିଯୋଗିତାରେ ବିଜୟୀ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ପଡ଼ୋଶୀଙ୍କ ସହ ମତଭେଦ ଦେଖାଦେଇପାରେ। ଗୁରୁବାର ଓ ଶୁକ୍ରବାର ଧୈର୍ଯ୍ୟବାନ୍‌ ହେବେ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶନିବାର ନୂତନ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ବିଷାଦଗ୍ରସ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ସହସ୍ର ନାମ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ବିଶ୍ବାସଘାତକତାର ସମ୍ମୁଖୀନ ହେବେ। ପ୍ରଗତିରେ ପଥରୋଧ ହେବ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତ ହେବ। ନୂତନ ନିଯୁକ୍ତି ମିଳିପାରେ। ଯଶ ଲାଭ କରିବେ। ଗୁରୁବାର ଓ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଶନିବାର ମଧ୍ୟମ ଫଳ ପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ପରୋପକାରୀ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଭାଗ୍ୟବାଦୀ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ମଙ୍ଗଳବାର ଓ ବୁଧବାର ଯାନବାହନ ଜନିତ ତ୍ରୁଟି ଦେଖାଦେବ। ବ୍ୟୟ ବୃଦ୍ଧି ଘଟିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କ୍ରିୟାଶୀଳ ହେବେ। ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ଅଟକିଥିବା କାର୍ଯ୍ୟ ସମାପନ କରିବେ। ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀଙ୍କ କବଚ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ପାରିବାରିକ ଅଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ବ୍ୟବସାୟରେ ଲାଭବାନ୍‌ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ବିଫଳତା ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

Comments are closed.