www.samajalive.in
Tuesday, December 9, 2025
23.1 C
Bhubaneswar

ମଙ୍ଗଳବାର ରାଶିଫଳ (୦୭.୧୧.୨୦୨୩)

ମେଷ :  ସୌଭାଗ୍ୟବତୀ ଗୃହଲକ୍ଷ୍ମୀଙ୍କ ପୁଣ୍ୟ ଫଳରେ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ। ଜ୍ଞାନ ବିତରଣ ପାଇଁ ଅଧ୍ୟୟନରତ ହେବେ।

ବୃଷ : ଦିବ୍ୟଜ୍ଞାନ ସମ୍ପନ୍ନ କୃଷି ବିଶାରଦଭାବେ କୃଷକଙ୍କୁ ଦିଗ୍‌ଦର୍ଶନ ଦେଇ ଫସଲ ଉତ୍ପାଦନରେ ସହାୟତା କରିପାରନ୍ତି। ଉଦାରଚେତା ହେବେ। ଶୂନ୍ୟତା ଭିତରୁ ପୂର୍ଣ୍ଣତାକୁ ଉଦ୍ଧାର କରିବେ। ସୁଖୀ ଜୀବନ ବିତାଇବେ।

ମିଥୁନ : ଆତ୍ମଜ୍ଞାନ ପ୍ରାପ୍ତି ପାଇଁ ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡ଼ିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିନ୍ଦୁ ବ୍ୟତିରକେ ସିନ୍ଧୁ ସମ୍ଭବ ନୁହେଁ। ତୃଣମୂଳ ସ୍ତରର ଚେଷ୍ଟା ଫଳବତୀ ହେବ।

କର୍କଟ : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଭାଗ୍ୟାକାଶର ଊଳମୟ ତାରକା ଆପଣଙ୍କର ପଥ ପ୍ରଦର୍ଶକ ହେବ। ପତିପତ୍ନୀଙ୍କ ଜୀବନଶୈଳୀ ମଧୁମୟ ହେବ। ଧୈର୍ଯ୍ୟ ଓ ସତ୍‌ସଙ୍ଗ ଜୀବନର ସଫଳତା ହେବ।

ସିଂହ : ଦାନୀ ଭାବେ କଲ୍ୟାଣମୁଖୀ ଯୋଜନାରେ କର୍ମତତ୍ପର ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହୋଇପାରନ୍ତି। ଧୀ’ ଶକ୍ତିସମ୍ପନ୍ନ ହେବେ। ସମ୍ବେଦନା ସହ ଯୋଡ଼ି ହୋଇ ସେବାର ମହତ୍ବ ଉପଲବ୍ଧି କରିବେ।

କନ୍ୟା : ମହନୀୟ ଶ୍ରେଷ୍ଠ ପଦପଦବୀ ଲାଳସା ପରିତ୍ୟାଗ କରି ଧର୍ମ ପଥର ପଥିକ ହୋଇପାରନ୍ତି। ଭାଷା ଓ ରଚନାରେ ନୂତନ ଦିଗନ୍ତ ସୃଷ୍ଟି କରିବେ। ପରୋପକାର ପାଇଁ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିବେ।

ତୁଳା : ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖୁଥିଲେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଅସାଧ୍ୟ ସାଧନ କରିବା ପାଇଁ ଆଜି ଦିନଟି ଶୁଭ ଅଟେ। ଉଚ୍ଚ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ବିଛା : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ମନକୁ ସାଧିଲେ ସବୁ ସାଧ୍ୟ ହେବ। ପାରିବାରିକ ସ୍ନେହ ବନ୍ଧନରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ।

ଧନୁ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ବିବେକ ରୂପୀ ମହାର୍ଘ ସମ୍ପଦକୁ ପରୋପକାରରେ ବିନିଯୋଗ କରି ଜୀବନକୁ ଧନ୍ୟ କରିପାରିବେ।

ମକର : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ଦୈବୀ ବଳରେ ବଳୀୟାନ୍‌ ହେଲେ ବି ଆକସ୍ମିକ ସମସ୍ୟା ପ୍ରତି ସତର୍କ ରହିବାକୁ ପଡ଼ିବ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋହଳ ହେବେ।

କୁମ୍ଭ : ନମ୍ରତାର ପ୍ରତୀକ ହୋଇପାରନ୍ତି। କାର୍ଯ୍ୟ ଫଳପ୍ରସୂ ହେବ। ଅନବଦ୍ୟ ରଚନା ଓ ଚେତନାଧର୍ମୀ ଲେଖା ଜନସାଧାରଣଙ୍କ ମନରେ ଆଲୋଡ଼ନ ସୃଷ୍ଟି କରୁଛି। ଲୋଭ, ମୋହ, କାମ ଓ କ୍ରୋଧକୁ ପରାସ୍ତ କରିବେ।

ମୀନ : ଠାକୁରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ଅମଳ, କମଳ, ଚରଣ ତଳେ ଆଶ୍ରୟ ନେଇପାରନ୍ତି। ପାପ, ତାପ, ପରିହାରକ ହୋଇପାରନ୍ତି। ଶତ୍ରୁତାର ବିନାଶ ଘଟାଇ ଶାନ୍ତି ପ୍ରାପ୍ତ ହେବେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories